Wed. Nov 20th, 2024

ଆରଏସପି ସିଆଣ୍ଡଆଇଟି ଓ ଏସଏମଏସ-୨ ବିଭାଗୀୟ କର୍ମଚାରୀଙ୍କ ମିଳିତ ପ୍ରୟାସରେ ବିପୁଳ ସଞ୍ଚୟ ସାଧନ

By amfnews Nov 28, 2018 #Featured
130 Views

ରାଉରକେଲା, ୨୮/୧୧  : କମ୍ପ୍ୟୁଟର ଓ ଇନଫର୍ମେସନ ଟେକ୍ନୋଲୋଜି ଏବଂ ଷ୍ଟିଲ ମେଲ୍ଟିଂ ସପ-୨ ବିଭାଗୀୟ କର୍ମଚାରୀଙ୍କ ମିଳିତ ପ୍ରୟାସର ଫଳସ୍ୱରୂପ ଏସଏମଏସ-୨ରେ ତୃଟିପୂର୍ଣ୍ଣ ମାଟ୍ରିକନ ଓପିସି ସର୍ଭରର ସଫଳତା ସହକାରେ ପରିବର୍ତ୍ତନ କରାଯାଇପାରିଛି । ଏହା ଏକ ଭିନ୍ନ ହାର୍ଡୱେରରେ ଆବଶ୍ୟକୀୟ ସଫ୍ଟୱେର ସ୍ଥାପନା କରିବା ଦ୍ୱାରା ସମ୍ଭବପର ହୋଇପାରିଛି । ଏହି ଅଭିନବ ପ୍ରୟାସର ଫଳସ୍ୱରୂପ କମ୍ପାନୀର ୫୦ ଲକ୍ଷ ଟଙ୍କାର ସଞ୍ଚୟ ସାଧନ ହୋଇପାରିଛି । ଉଲ୍ଳେଖନୀୟ ଯେ, ଏଲଡି ଷ୍ଟିଲ ମେକିଙ୍ଗ ପ୍ରୋସେସକୁ ତୃଟିଶୂନ୍ୟ କରିବା ନିମନ୍ତେ ମାଟ୍ରିକନ ଓପିସି ସର୍ଭର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଓପିସି ସର୍ଭର ଦ୍ୱାରା ସଂଗୃହୀତ ଲେଭେଲ-୧ ପ୍ରୋସେସ ଡାଟାକୁ ଡାଟା ବେସ ସର୍ଭରକୁ ପ୍ରେରଣ କରାଯାଇଥାଏ ଯାହା କନଭର୍ଟର ସପର ଅନ୍ୟ ସମସ୍ତ ମୋଭିକନ କେନ୍ଦ୍ରକୁ ଯୋଗାଇଦେଇଥାଏ ।

ଅନୁରୂପ ସମୟରେ ଏହା କଣ୍ଟେନର ଲାବରୁ ଅନଲାଇନ ବିଶ୍ଲେଷିତ ଡାଟା ସଂଗ୍ରହ କରିଥାଏ ଏବଂ ଏହାକୁ ପ୍ଲାଣ୍ଟ ଷ୍ଟାଟସ ସର୍ଭରକୁ ପଠାଇଥାଏ । ଓପିସି ସର୍ଭରରେ ପରିଲକ୍ଷିତ ଏକ ସମସ୍ୟା ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିଥିଲେ । ସି ଆଣ୍ଡ ଆଇଟି ବିଭାଗର ଏଜିଏମ ସମରେନ୍ଦ୍ର ବେହେରା, ଡିପିଓ ଯୋଜନ ଯୋଜୁ ଦାସ, ଡିପିଓ(ଟି) ଗଜିନ୍ଦ୍ର ସେଠ ଏବଂ ଏସଏମଏସ-୨ ବିଭାଗର ଡିଜିଏମ ଅମିତ ପ୍ରଧାନ ଏବଂ ଏଜିଏମ ପି. ନାଥ ଏହି ବ୍ୟବସ୍ଥାର ପୁନରୁଦ୍ଧାରର ଆହ୍ୱାନମୂଳକ କାର୍ଯ୍ୟ ଗ୍ରହଣ କରିଥିଲେ ।

ଏହି କ୍ରମରେ ବିବିଧ ପ୍ରୟାସ ଯଥା ଓପିସି ସର୍ଭରର ଇମେଜ ବେକ ଅଫ, ନିର୍ଦ୍ଧାରିତ ଡ୍ରାଇଭ ସ୍ଥାପନା, ଆଇପି ଓ ସେଟିଂର ବିନ୍ୟାସ ଇତ୍ୟାଦି ସମ୍ପନ୍ନ କରାଯାଇଥିଲା ଏବଂ ଶେଷରେ ଓପିସି ସର୍ଭରକୁ ପରିବର୍ତ୍ତନ କରାଯାଇଥିଲା । ଏହି ପ୍ରୟାସ ଦ୍ୱାର ଏସଏମଏସ-୨ ବିଭାଗରେ ହିଟ ଗୁଡିକର ସମନ୍ୱୟରେ ଉନ୍ନତି ସାଧନ ହୋଇପାରିଛି । ଏହି ପ୍ରଶଂସନୀୟ ପ୍ରୟାସ ନିମନ୍ତେ ଉକ୍ତ ଦଳକୁ ଉକ୍ରର୍ଷ ଯୋଜନା ଅଧୀନରେ ସିଆଣ୍ଡଆଇଟି ବିଭାଗର ଜିଏମ ରାମ ନାରାୟଣ ନାୟକ ପୁରସ୍କୃତ କରିଥିଲେ ।

By amfnews

Related Post