Wed. Jan 15th, 2025

ଆରଏସପି ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ବହୁବିଧ କାର୍ଯ୍ୟକ୍ରମର ଆୟୋଜନ

By amfnews Nov 4, 2018 #Featured
158 Views

ରାଉରକେଲା, ନଭେମ୍ବର,୪ : ରାଉରକେଲା ଇସ୍ପାତ କାରଖାନା, ସତର୍କତା ସପ୍ତାହ ପାଳନ ପରିପ୍ରେକ୍ଷୀରେ କାରଖାନା ଭିତରେ ଓ ବାହାରେ ବହୁ ବିଧ କାର୍ଯକ୍ରମ ଆୟୋଜନ କରୁଅଛି । ଏହି ଅବସରରେ ଗତ ୩୦ ତାରିଖ ଦିନ ସିପିଟିଆଇ ଠାରେ ଏକ ଭେଣ୍ଡର ଏବଂ ସପ୍ଲାୟର ମିଟ୍ ଅନୁଷ୍ଠିତ ହୋଇଥିଲା । ଏମ୍ଏମଏବଂ ମାର୍କେଟିଂ ବିଭାଗର ଜିଏମ୍ ଭି.କେ. ମାଥୁର ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

ଅର୍ଥ ବିଭାଗର ଜିଏମ ଏମ୍. କେ. ଏଲ୍. ଚାନ୍ଦ ଏବଂ ଏସିଭିଓ ଏ.ସି. ରାଠୀ ମଧ୍ୟ ମଞ୍ଚାସୀନ ଥିଲେ । ଏହି ଉତ୍ସବରେ ଭେଣ୍ଡର, ସପ୍ଲାୟର, ଗ୍ରାହକ ଏବଂ ଆରଏସପିର ସାମଗ୍ରୀ ପରିଚାଳନା ତଥା ଅର୍ଥ ବିଭାଗର ଅଧିକାରୀ ଆଦି ମୋଟ ୭୯ ଜଣ ଏଥିରେ ଅଂଶଗ୍ରହଣ କରିଥିଲେ । କାରଖାନାର ସାମଗ୍ରୀ ପରିଚାଳନା ବିଭାଗର ମ୍ୟାନେଜର ସୁଶ୍ରୀ ଶିଖା ଜୈନ, ସାମଗ୍ରୀ ପରିଚାଳନା ପଦ୍ଧତି ଏବଂ ମେଟାଲ ଜଙ୍କସନ ପ୍ରକ୍ରିୟା, ଆବଶ୍ୟକତା ତଥା ଏହାର ନୀତିନିୟମ ଉପରେ ଏକ ଉପସ୍ଥାପନା ପ୍ରଦାନ କରିଥିଲେ ।

ଏହି ଅବସରରେ ବିଭିନ୍ନ ପ୍ରସଙ୍ଗ ଯଥା ଠିକା, ସାଫଲ୍ୟ, ଗୁଣମାନ ସେବା ଯୋଗାଣ ଏବଂ ପ୍ରକ୍ରିୟାରେ ଉନ୍ନତି ଆଦି ବିଷୟରେ ଆଲୋଚନା ହୋଇଥିଲା । ଏହି ଅବସରରେ ଶ୍ରୀ ରାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭିଜିଲାନ୍ସ ବିଭାଗର ଏଜିଏମ ଭି. କେ. ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ । ଭିଜିଲାନ୍ସ ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ଆନନ୍ଦ କୁମାର ଉକ୍ତ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ ।

ଗତ ୨୯ ତାରିଖ ଦିନ ଏଚ୍ଆର୍ଡି ସେଣ୍ଟରରେ ପରଚେଜ ପ୍ରୋସିଜର ସମ୍ବନ୍ଧରେ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ଯହିଁରେ ବିଭିନ୍ନ ବିଭାଗର ପ୍ରାୟ ୨୬ ଜଣ କାର୍ଯ୍ୟନିର୍ବାହୀ ଯୋଗଦେଇଥିଲେ । ଉକ୍ତ ଦିନ ସେକ୍ଟର ୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଏଥିକ୍ସ କ୍ଲବ ପକ୍ଷରୁ ଏକ କୁଇଜ ପ୍ରତିଯୋଗିତା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେହିଭଳି ସେକ୍ଟର ୧୪ ଦିଲ୍ଲୀ ପବ୍ଲିକ ସ୍କୁଲ ଠାରେ ଜୁନିୟର ବର୍ଗର ବିଦ୍ୟାର୍ଥୀମାନଙ୍କ ପାଇଁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

By amfnews

Related Post