Thu. Jan 23rd, 2025

ଆରଏସପି ଦ୍ୱାର ଜୁଲାଇ ମାସରେ ବହୁ ନୂତନ ଉତ୍ପାଦନ ରେକର୍ଡ ହାସଲ

By amfnews Aug 3, 2018 #Featured
182 Views

ରାଉରକେଲା, ୩ା୮  : ମହାରତ୍ନ କମ୍ପାନୀ ସେଲ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନା ୨୦୧୮ ଜୁଲାଇ ମାସରେ ବହୁ ପ୍ରମୁଖ କ୍ଷେତ୍ରରେ ସର୍ବକାଳୀନ ଶ୍ରେଷ୍ଠ ମାସିକ ପ୍ରଦର୍ଶନ ହାସଲ କରିଛି । ଜୁଲାଇ ମାସରେ କାରଖାନା ୩୩୮୧୨୬ ଟନ ଉତ୍ତପ୍ତ ଧାତୁ, ୩୨୦୦୦୯ ଟନ ଅଶୋଧିତ ଇସ୍ପାତ ଏବଂ ୨୮୭୩୭୩ ଟନ ବିକ୍ରିଯୋଗ୍ୟ ଇସ୍ପାତ ଉତ୍ପାଦନ କରି ଏହି ସମସ୍ତ ତିନିଟି ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ଲାଭ କରିଛି । ଜୁଲାଇ ମାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଇସ୍ପାତ କାରଖାନାକୁ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିବାରେ ମଧ୍ୟ ସହାୟକ ହୋଇଛି ।

୨୦୧୮ ଅପ୍ରେଲରୁ ଜୁଲାଇ ମାସ ମଧ୍ୟରେ ରାଉରକେଲା ଇସ୍ପାତ କାରଖାନା ୧୨୭୦୩୬୧ ଟନ ଉତ୍ତାପଟ ଧାତୁ ଉତ୍ପାଦନ ହାସଲ କରିଛି ଯାହା ଅନୁରୂପ ପୂର୍ବ ବର୍ଷ ଅବଧି ତୁଳନାରେ ୨୫.୩% ଅଧିକ ହେବା ସଙ୍ଗେ ସଙ୍ଗେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ଅଟେ । ଏହି ପ୍ରମୁଖ ସଫଳତାରେ ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସ ୯୨୮୧୫୦ ଟନ ରେକର୍ଡ ଉତ୍ତପ୍ତ ଧାତୁ ଉତ୍ପାଦନ ଯୋଗଦାନ ଦେଇଛି ଯାହା ଅନୁରୂପ ପୂର୍ବ ବର୍ଷ ତୁଳନାରେ ୨୧.୮% ଅଧିକ ଅଟେ । ସେହିଭଳି ଆଲୋଚ୍ୟ ଚାରି ମାସରେ ଅନୁରୂପ ପୂର୍ବ ବର୍ଷ ତୁଳନାରେ ୨୧.୭୬% ଅଭିବୃଦ୍ଧି ସହିତ ୧୧୮୬୦୭୬ ଟନ ଅଶୋଧିତ ଇସ୍ପାତ ଉତ୍ପାଦନ ହାସଲ ହୋଇଛି ।

ଅପ୍ରେଲରୁ ଜୁଲାଇ ମାସ ମଧ୍ୟରେ ବିକ୍ରୀଯୋଗ୍ୟ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଅନୁରୂପ ପୂର୍ବ ବର୍ଷ ତୁଳନାରେ ୧୬.୫୪% ଅଭିବୃଦ୍ଧି ସହିତ ୧୦୫୩୦୪୧ ଟନ ଉଲ୍ଲେଖନୀୟ ଉତ୍ପାଦନ ହାସଲ ହୋଇଛି । କୋକ ଓଭେନ ବ୍ୟାଟେରୀ-୬ ଅପ୍ରେଲରୁ ଜୁଲାଇ ମାସ ମଧ୍ୟରେ ହାରାହାରି ୮୮.୪୧ ଓଭେନ ପୁସିଙ୍ଗ ହାସଲ କରି ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିଛି । ସେହିଭଳି ଆଲୋଚ୍ୟ ଅବଧି ମଧ୍ୟରେ ସମୁଦାୟ ୨୦୨୨୧୭୦ ଟନ ସିଣ୍ଟର ଉତ୍ପାଦନ ସହିତ ଏହି କ୍ଷେତ୍ରରେ କାରଖାନା ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିଛି । ହଟ ଷ୍ଟ୍ରିପ ମିଲ ମଧ୍ୟ ୫୭୭୦୦୧ ଟନ ହଟ ରୋଲ୍ଡ କଏଲ ଉତ୍ପାଦନ କରି ୨୦୧୪ ମସିହାର ପୂର୍ବ ରେକର୍ଡକୁ ଅତିକ୍ରମ କରିଛି ।

ଅନୁରୂପ ଭାବେ ନୂତନ ପ୍ଲେଟ ମିଲ ୨୬୦୩୨୦ ଟନ ପ୍ଲେଟ ଉତ୍ପାଦନ ହାସଲ କରି ୨୦୧୭ରେ ହାସଲ କରିଥିବା ରେକର୍ଡରେ ଉନ୍ନତି ଆଣିଛି । ସେହିଭଳି ୧୪୯୭୫ ଟନ ପାଇପ ଓ ୧୫୬୩୨ ଟନ ସିଆରଏନଓ ଷ୍ଟିଲ ଉତ୍ପାଦନ ସହିତ ଇଆରଡବ୍ଲୁ ପାଇପ ପ୍ଲାଣ୍ଟ ଏବଂ ସିଲିକନ ଷ୍ଟିଲ ମିଲ ବିଭାଗ ଅନୁରୂପ ପୂର୍ବ ବର୍ଷ ଅବଧି ତୁଳନାରେ ଯଥାକ୍ରମେ ୪୮.୬% ଓ ୩୩.୯୯% ଅଭିବୃଦ୍ଧି ହାସଲ କରିଛନ୍ତି । ଏଭଳି ଉକ୍ରର୍ଷ ପ୍ରଦର୍ଶନ ନିମନ୍ତେ ଆରଏସପି ସାମୁଦାୟିକଙ୍କୁ ଅଭିନନ୍ଦନ ଜଣାଇ ଆରଏସପିର ସିଇଓ ଅଶ୍ୱିନୀ କୁମାର କହିଥିଲେ ଯେ, ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ କାରଖାନାର ଉତ୍ସାହଜନକ ପ୍ରଦର୍ଶନ ସମ୍ପୂର୍ଣ୍ଣ ବର୍ଷ ନିମନ୍ତେ ଅତ୍ୟନ୍ତ ଅନୁକୂଳ ଅଟେ ।

‘ଆରଏସପି ସାମୁଦାୟିକଙ୍କ ପ୍ରତିବଦ୍ଧ ଓ ରଣନୀତି ଭିତ୍ତିକ ପ୍ରୟାସର ଫଳସ୍ୱରୂପ ଏହି ସଫଳତା ହାସଲ ହୋଇପାରିଛି’ ବୋଲି ସେ ଉଲ୍ଲେଖ କରିଥିଲେ । ଆଗାମୀ ଦିନରେ ଟିମ ଆରଏସପି ଇସ୍ପାତ କାରଖାନାକୁ ସଫଳତାର ନୂତନ ଶିଖରରେ ପହଞ୍ଚାଇବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।

By amfnews

Related Post