Tue. Nov 26th, 2024

ଆରଏସପି ଦ୍ୱାରା ଇସ୍ପାତ କାରଖାନା ଦ୍ୱାରା ପାଶ୍ୱର୍ାଞ୍ଚଳ ଗ୍ରାମୀଣ ମହିଳାଙ୍କୁ ଛତୁଚାଷ ଓ ମଞ୍ଜି ଉତ୍ପାଦନ ଉପରେ ତାଲିମ ପ୍ରଦାନ

By amfnews Nov 20, 2018 #Featured
95 Views

ରାଉରକେଲା, ୨୦ା୧୧  : ଆର୍ଏସ୍ପିର ସିଏସଆର ବିଭାଗ ଦ୍ୱାରା ସେକ୍ଟର ୨୦ ସ୍ଥିତ ପାଶ୍ୱର୍ାଞ୍ଚଳ ବିକାଶ ପ୍ରତିଷ୍ଠାନ ଠାରେ ପାଶ୍ୱର୍ାଞ୍ଚଳ ଗ୍ରାମୀଣ ମହିଳାଙ୍କ ନିମନ୍ତେ ନିକଟରେ ଏକ ଦୁଇ ଦିନିଆ ଛତୁଚାଷ ଓ ମଞ୍ଜି ଉତ୍ପାଦନ ଉପରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାର ଉଦଘାଟନୀ ଉତ୍ସବରେ ସିଏସଆର ବିଭାଗର ଡିଜିଏମ ଇନ ଚାର୍ଜ ପି. ଏମ୍. ବେହେରା ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ସିଏସଆର ବିଭାଗର ଏଜିଏମ ସୁଶ୍ରୀ ମୁନମୁନ ମିତ୍ରା, ମ୍ୟାନେଜର ଶ୍ରୀ ଏ କେ ପରିଡା, ସିଏସଆରର ଅନ୍ୟ ଅଧିକାରୀ ଓ ଷ୍ଟାଫ ଉପସ୍ଥିତ ଥିଲେ ।

ଉକ୍ତ ତାଲିମ କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକର ଲେଣ୍ଡ୍ରା, ଲାଠିକଟା ବ୍ଲକର ଅସୁର୍ଚ୍ଛାପାଲ ଓ ନୂଆଡେରାର ୨୦ ଜଣ ମହିଳା ଅଂଶଗ୍ରହଣ କରିଥିଲେ । ମାଷ୍ଟର ଟ୍ରେନର ଟିଣ୍ଟସ ଭେଙ୍ଗ୍ରା ଓ ବେନେଡିକ୍ ଏକ୍କା ପ୍ରଶିକ୍ଷଣ ପ୍ରଦାନ କରିଥିଲେ ସୂଚନାଯୋଗ୍ୟ ଯେ, ଅକ୍ଟୋବର ମାସରେ ଅନୁରୂପ ଦୁଇଟି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୪୦ ଜଣ ପ୍ରଶିକ୍ଷାର୍ଥୀ ତାଲିମ ଗ୍ରହଣ କରିଥିଲେ ।

ଉଲ୍ଳେଖନୀୟ ଯେ, ଛତୁଚାଷ କରି ଜୀବିକା ହାସଲ ନିମନ୍ତେ ଆଇପିଡିର ମଦର କଲଚର ଉତ୍ପାଦନ କେନ୍ଦ୍ର ଗ୍ରାମବାସୀମାନଙ୍କୁ ବହୁଳ ରୂପେ ସହାୟତା ପ୍ରଦାନ କରୁଛି । ଆରଏସପିରୁ ମଦର କଲଚର ସଂଗ୍ରହ କରି ବର୍ତ୍ତମାନ ଦଲପୋଶର ମହିଳା ସଂଶୋଧନ କେନ୍ଦ୍ର ଛତୁ ମଞ୍ଜି ଉତ୍ପାଦନ କରୁଛି ଏବଂ ଆଗ୍ରହୀ ଛତୁଚାଷୀ ଓ ପ୍ରଶିକ୍ଷାର୍ଥୀମାନଙ୍କୁ ଏହା ଯୋଗାଇ ଦେଉଛି ।

By amfnews

Related Post