Tue. Nov 5th, 2024

ଆରଏସପି ଆନୁକୂଲ୍ୟରେ ଆୟୋଜିତ ସମ୍ବର୍ଦ୍ଧନ ଗ୍ରାମୀଣ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପାଶ୍ୱର୍ାଞ୍ଚଳ ଗ୍ରାମର ୧୨୮ଟି ଦଳର ଅଂଶଗ୍ରହଣ

By amfnews Oct 28, 2018 #Featured
101 Views

ରାଉରକେଲା, ୨୮/୧୦ : ରାଉରକେଲା ଇସ୍ପାତ କାରଖାନାର ସିଏସଆର ବିଭାଗ ଦ୍ୱାରା ସମ୍ବର୍ଦ୍ଧନ ଗ୍ରାମୀଣ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟ ୨୦୧୭-୧୮ରେ ନୂଆଗାଁ, ବିଶ୍ରା, କୁଆଁରମୁଣ୍ଡା ଓ ଲାଠିକଟାର ୧୨୮ଟି ଦଳ ଭାଗ ନେଇଥିଲେ । ଇସ୍ପାତ ଷ୍ଟାଡିୟମଠାରେ ଅକ୍ଟୋବର ୨୭ ତାରିଖରେ ଟୁର୍ଣ୍ଣାମେଣ୍ଟର ଚୁଡାନ୍ତ ପର୍ଯ୍ୟାୟ ଆୟୋଜିତ ହେବା ସହିତ ଉକ୍ତ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଥିଲା । ବଲାଣି ଓ ଜାମ୍ବେର୍ଣ୍ଣା ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ବଲାଣି ଦଳ ୨-୦ ଗୋଲରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ଆଖ୍ୟା ଲାଭ କରିଥିଲା ।

ଉଦ୍ଯାପନୀ ଉତ୍ସବରେ ରାଉରକେଲା ଇସ୍ପାତ କାରଖାନାର ସିଇଓ ଅଶ୍ୱିନୀ କୁମାର ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଜୟୀ ଓ ଉପବିଜେତା ଦଳଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ କାର୍ମିକ ଓ ପ୍ରଶାସନ ବିଭାଗର ଇଡି ପି. କେ. ପ୍ରଧାନ, ସହର ପ୍ରଶାସନ ବିଭାଗର ଜିଏମ୍ ଏନ୍. କେ. ସାମନ୍ତରାୟ ଏବଂ ସିଏସଆର ତଥା କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସୂଚନେଯୋଗ୍ୟ ଯେ, ୨୦୧୨-୧୩ ମସିହାରୁ ଆରଏସପିର ସିଏସଆର ବିଭାଗ ଦ୍ୱାରା ପାଶ୍ୱର୍ାଞ୍ଚଳ ଗ୍ରାମର ଯୁବପିଢିଙ୍କ ନିମନ୍ତେ ସମ୍ବର୍ଦ୍ଧନ ବ୍ୟାନରରେ ଏଭଳି କ୍ରୀଡା ପ୍ରତିଯୋଗୀତାର ଆୟୋଜନ କରାଯାଉଛି ।

ପ୍ରାଥମିକ ପର୍ଯ୍ୟାୟରେ ବିଭିନ୍ନ ବ୍ଲକ୍ରେ ଅନୁଷ୍ଠିତ ସମ୍ବର୍ଦ୍ଧନ ଗ୍ରାମୀଣ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଦୁଇଟି ଦଳ ଫାଇନାଲ ପର୍ଯ୍ୟାୟରେ ଭାଗ ନେଇଥିଲେ । ଅତିଥିମାନେ ଅଂଶଗ୍ରହଣକାରୀ ଦଳ ତଥା ଖେଳାଳୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଜେତା ଦଳ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଓ ଟ୍ରଫି ଲାଭ କରିଥିବା ବେଳେ ରନର୍ସ ଅପ ଦଳ ୮ ହଜାର ଟଙ୍କା ପୁରସ୍କାର ରାଶି ଓ ଟ୍ରଫି ହାସଲ କରିଥିଲେ । ଏହି ଅବସରରେ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସହାୟତା କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ମ୍ୟାଚ ଅଫିସିଆଲଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ୬ଟି ଦଳଙ୍କୁ ୩୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ଓ ଫୁଟବଲ ପ୍ରଦାନ କରାଯାଇଥିଲା ।

ଉଶ୍ରାର ଅଶୋକ ଲାକ୍ରା ଶ୍ରେଷ୍ଠ ଗୋଲ ସ୍କୋରର, ବଲାଣିର ଅଜୟ ଖାଲ୍କୋ ଶ୍ରେଷ୍ଠ ଡିଫେଣ୍ଡର ଓ ଲାଠିକଟାର ଜନସନ ବାଗେ ଶ୍ରେଷ୍ଠ ଗୋଲକିପର ପୁରସ୍କାର ଲାଭ କରିଥିଲେ । ବଲାଣିର କରନ ଟପ୍ନୋଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ବ୍ୟକ୍ତିଗତ ପୁରସ୍କାର ଆକାରରେ ସେମାନଙ୍କୁ ୫୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସିଏସଆର ବିଭାଗର ଏଜିଏମ୍ ସୁଶ୍ରୀ ମୁନମୁନ ମିତ୍ରା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ । ପୁରସ୍କାର ଉତ୍ସବର ସମାପନ ପରେ କ୍ରୀଡା ପତାକା ଅବତରଣ କରାଯିବା ସହିତ ସିଇଓଙ୍କୁ ପ୍ରଦାନ କରାଯାଇଥିଲା । ସିଏସଆର ବିଭାଗର ସିନିୟର ଫିଲ୍ଡ ଆସିଷ୍ଟାଣ୍ଟ ବି. ଏକ୍କ୍ା ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

By amfnews

Related Post