Sun. Nov 24th, 2024

ଆରଏସପିର ୩ ନମ୍ବର ସିଣ୍ଟର ପ୍ଲାଣ୍ଟ ଦ୍ୱାରା ସର୍ବକାଳନୀ ଶ୍ରେଷ୍ଠ ଏକଦିବସୀୟ ଉତ୍ପାଦନ ରେକର୍ଡ

rklsanchar@gmail.com' By J.N. Pradhan Aug 7, 2018 #Featured
122 Views

ରାଉରକେଲା, ୭ା୮: ମହାରତ୍ନ କମ୍ପାନୀ ସେଲ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନାର ୩ ନମ୍ବର ସିଣ୍ଟର ପ୍ଲାଣ୍ଟ ଅଗଷ୍ଟ ୩ ତାରିଖରେ ସର୍ବକାଳୀନ ଶ୍ରେଷ୍ଠ ଏକଦିବସୀୟ ଉତ୍ପାଦନ ରେକର୍ଡ ହାସଲ କରିଛି । ଉକ୍ତ ଦିନ ବିଭାଗ ୧୨୬୭୩ ଟନ ସିଣ୍ଟର ଉତ୍ପାଦନ ପୂର୍ବକ ଏଥିପୂର୍ବରୁ ଗତ ଫେବୃଆରୀ ୨୫ ତାରିଖରେ ହାସଲ କରିଥିବା ୧୨୪୭୫ ଟନ ସିଣ୍ଟର ଉତ୍ପାଦନ ରେକର୍ଡକୁ ଅତିକ୍ରମ କରିଛି । ଅଗଷ୍ଟ ୩ ତାରିଖ ‘ବି’ ସିଫ୍ଟରେ ବିଭାଗ ୪୨୬୬ ଟନ ସିଣ୍ଟର ଉତ୍ପାଦନ କରି କୌଣସି ସିଫ୍ଟ ନିମନ୍ତେ ସର୍ବକାଳୀନ ଶ୍ରେଷ୍ଠ ଉତ୍ପାଦନ ହାସଲ କରିଛି ।

ଏଥିପୂର୍ବରୁ ଅଗଷ୍ଟ ୨ ତାରିଖ ସି ସିଫ୍ଟରେ ୪୨୫୦ ଟନ ସିଣ୍ଟର ଉତ୍ପାଦନ ବିଭାଗର କୌଣସି ସିଫ୍ଟ ନିମନ୍ତେ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନଚାର୍ଜ ଗୌତମ ବାନାର୍ଜୀ ଅଗଷ୍ଟ ୪ ତାରିଖ ପୂର୍ବାହ୍ନରେ ୩ ନମ୍ବର ସିଣ୍ଟର ପ୍ଲାଣ୍ଟ ପରିଦର୍ଶନ କରି ବିଭାଗୀୟ ସାମୁଦାୟିକଙ୍କୁ ଏହି ସଫଳତା ନିମନ୍ତେ ଅଭିନନ୍ଦନ ଜଣାଇଥିଲେ ।

ଜିଏମ ସିଣ୍ଟର ଏସ. ଆର. ଦତ୍ତା, ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏହି ଅବସରରେ ଉପସ୍ଥିତ ଥିଲେ । ସାମୁଦାୟିକଙ୍କ ପ୍ରୟାସର ଉଚ୍ଚ ପ୍ରଶଂସା କରି ସେ ସେମାନଙ୍କୁ ଏହି ଉକ୍ରୃଷ୍ଟ ପ୍ରଦର୍ଶନର ଧାରାକୁ ବଜାୟ ରଖି ଧାର୍ଯ୍ୟ ଏପିପି ଲକ୍ଷ୍ୟ ହାସଲ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ପ୍ରତ୍ୟୁତ୍ତରରେ ସାମୁଦାୟିକ ଆଗାମୀ ଦିନରେ ଏହି ଉତ୍ସାହଜନକ ପ୍ରଦର୍ଶନକୁ ଜାରି ରଖିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

Related Post