Fri. Jan 10th, 2025

ଆରଏସପିର ସିଏସଆର ପ୍ରୟାସ ଅନ୍ତର୍ଗତ ଆଇଜିଏଚ ଠାରେ ୫୩ ଜଣ ବିଦ୍ୟାର୍ଥୀଙ୍କୁ ଉନ୍ନତତର ବିଶେଷଜ୍ଞ ନର୍ସିଂ ଟ୍ରେନିଂ ପ୍ରଶିକ୍ଷଣ

By amfnews Oct 27, 2018 #Featured
140 Views

ରାଉରକେଲା, ୨୭/୧୦  : ଇସ୍ପାତ ଜେନେରାଲ ହସ୍ପିଟାଲର ନୂତନ ସମ୍ମେଳନ କକ୍ଷଠାରେ ଅକ୍ଟୋବର ୧୨ ତାରିଖରେ ଆୟୋଜିତ ଏକ ଉତ୍ସବରେ ୫୩ ଜଣ ବିଦ୍ୟାର୍ଥୀଙ୍କୁ ବର୍ଷିୟ ଉନ୍ନତତର ବିଶେଷଜ୍ଞ ନର୍ସିଂ ଟ୍ରେନିଂ ପୂରଣ ନିମନ୍ତେ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଆରଏସପି ଦ୍ୱାରା ଏହାର ସିଏସଆର ପ୍ରୟାସ ଅଧୀନରେ ରୋଜଗାର ସୃଷ୍ଟି ପ୍ରୟାସ ସ୍ୱରୂପ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଟ୍ରେନିଂ ସମୟରେ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀଙ୍କୁ ମାଗଣା ଖାଦ୍ୟ ଓ ରହଣି ସୁବିଧା ସହିତ ମାସିକ ୯ ହଜାର ଟଙ୍କାର ମାସିକ ଷ୍ଟାଇପେଣ୍ଡ ପ୍ରଦାନ କରାଯାଇଥିଲା । ଏହି ଏକ ବର୍ଷୀୟ କୋର୍ସ ମଧ୍ୟରେ ପ୍ରଶିକ୍ଷାର୍ଥୀମାନେ ରୋଗୀସେବା, ମେଡିସିନ ଓ ଇଞ୍ଜେକ୍ସନ ପ୍ରଦାନ, ଡାକ୍ତରମାନଙ୍କୁ ସେମାନଙ୍କର ରୋଗୀଦେଖାରେ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ, ଡାକ୍ତରୀ ରିପୋର୍ଟ ପ୍ରସ୍ତୁତି ଓ ଡକ୍ୟୁମେଣ୍ଟେସନ ସାମିଲ ଥିଲା । ତାତ୍ତ୍ୱିକ ବିଷୟାବଳୀ ସହିତ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରୟୋଗାତ୍ମକ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଥିଲା ।

ସାର୍ଟିଫିକେଟ ପ୍ରଦାନ ଉତ୍ସବରେ ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା ବିଭାଗର ନିର୍ଦ୍ଦେଶକ ଡକ୍ଟର ଏସ ଏସ ପତି ମୁଖ୍ୟ ଅତିଥି ଓ ସିଏସଆର ବିଭାଗର ଡିଜିଏମ ଶ୍ରୀ ପି ଏମ ବେହେରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା ବିଭାଗର ଯୁଗ୍ମନିର୍ଦ୍ଦେଶକ ଡକ୍ଟର ଆର ଆର ମହାନ୍ତି, ସିନିୟର ଡେପୁଟି ଡାଇରେକ୍ଟର ଡକ୍ଟର ଇନ୍ଦିରା ମିଶ୍ର ଏବଂ ଆଇଜିଏଚର ଅନ୍ୟ ବରିଷ୍ଠ ଡାକ୍ତର ଓ ଷ୍ଟାଫ ଉପସ୍ଥିତ ଥିଲେ । ସିନିୟର ନର୍ସିଂ ଟ୍ୟୁଟର, ସୁଶ୍ରୀ ପୁଷ୍ପଲତା ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବିଭାଗର ଡେପୁଟି ମ୍ୟାନେଜର ସୁଶ୍ରୀ ଭାରତୀ କର ଧନ୍ୟବାଦ ଜ୍ଞାପନ କରିଥିଲେ । ଆଇଜିଏଚର ମାଟ୍ରନ ସୁଶ୍ରୀ ଲକ୍ଷ୍ମୀ ସୁନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

By amfnews

Related Post