Fri. Nov 8th, 2024

ଆରଏସପିର ଇସ୍ପାତ ବିଦ୍ୟା ମନ୍ଦିରରେ ବାର୍ଷିକ ବିଜ୍ଞାନ, କଳା ଓ କାରିଗରୀ ପ୍ରଦର୍ଶନୀ ଅନୁଷ୍ଠିତ

By amfnews Dec 14, 2018 #Featured
619 Views

ରାଉରକେଲା, ୧୪ା୧୨  : ରାଉରକେଲା ଇସ୍ପାତ କାରଖାନାର ସେକ୍ଟର-୧୯ ସ୍ଥିତ ଇସ୍ପାତ ବିଦ୍ୟାମନ୍ଦିରର ବାର୍ଷିକ ବିଜ୍ଞାନ, କଳା ଓ କାରିଗରୀ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହର ସେବା ବିଭାଗ ଡିଜିଏମ୍ ପି. ସି. ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀର ଉଦଘାଟନ କରିଥିଲେ । ଉତ୍ସବରେ ସହର ଶିକ୍ଷା ବିଭାଗ ଏଜିଏମ୍ ବି. କେ. ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କୁତ୍ରା ସରକାରୀ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଅତନୁ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଉତ୍ସବରେ ଉପସ୍ଥିତ ଥିଲେ । ପ୍ରଦର୍ଶନୀରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ୪୦ଟି ବିଜ୍ଞାନ ଓ ହସ୍ତକଳା ସମ୍ବନ୍ଧିତ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।

ପ୍ରଦର୍ଶିତ ପ୍ରକଳ୍ପଗୁଡିକୁ ଅତଥିମାନେ ଉଚ୍ଚ ପ୍ରଶଂସା କରିଥିଲେ । ହୃଷିକେଶ ରାୟ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ରିଡର ଡକ୍ଟର ସନାତନ ପ୍ରଧାନ ଏବଂ ବେଦବ୍ୟାସ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ରିଡର ଡକ୍ଟର ଚିନ୍ତାମଣି ସାହୁ ପ୍ରଦର୍ଶନୀରେ ବିଚାରକ ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରେଷ୍ଠ ବିବେଚିତ ପ୍ରକଳ୍ପଗୁଡିକୁ ପୁରସ୍କୃତ କରାଯାଇଥିଲା । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ପୁଷ୍ପା ଖାନୁମ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପଦାର୍ଥ ବିଜ୍ଞାନ ବିଭାଗର ସୁଶ୍ରୀ ଆରତୀ ସିଂହ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ସୀମା ମହାନ୍ତ ଧନ୍ୟବାଦ ଦେଇଥିଲେ ।

By amfnews

Related Post