Sun. Jun 15th, 2025

ଆମ୍ ଆଦମୀ ପାର୍ଟିର ପୂର୍ବତନ କର୍ପୋରେଟର ତାହିର ହୁସେନଙ୍କ ଭାଇ ଶାହା ଆଲମ ଗିରଫ

By amfnews Mar 10, 2020 #Featured
152 Views

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଓ ଗୁଇନ୍ଦା ବ୍ୟୁରୋ ଅଧିକାରୀ ଅଙ୍କିତ୍‌ ଶର୍ମାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଆମ୍ ଆଦମୀ ପାର୍ଟିର ପୂର୍ବତନ କର୍ପୋରେଟର ତାହିର ହୁସେନଙ୍କ ଭାଇ ଶାହା ଆଲମଙ୍କୁ ଦିଲ୍ଲୀ ପୁଲିସ ଗତକାଲି ଗିରଫ କରିଥିବା ଜଣାଯାଇଛି। ଦିଲ୍ଲୀ ପୁଲିସ କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ଶାହା ଆଲମଙ୍କୁ ଗିରଫ କରିଛି। ଶାହା ଆଲମଙ୍କ ସମେତ ୭ଜଣଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ଦିଲ୍ଲୀ ହିଂସାରେ ତାହିର ହୁସେନଙ୍କ ଭାଇ ଶାହା ଆଲମ ସାମିଲ ହୋଇଥିବା ନେଇ ବଳିଷ୍ଠ ପ୍ରମାଣ ମିଳିଛି ବୋଲି ଆଗରୁ ଦିଲ୍ଲୀ ପୁଲିସ୍ କହିଛି । ପୁଲିସର ଅନେକ ଟିମ ଶାହା ଆଲମଙ୍କୁ ଖୋଜୁଥିଲା ।
ସୂଚନାଯୋଗ୍ୟ ଯେ, ଆମ ଆଦମୀ ପାର୍ଟିରୁ ନିଲମ୍ବିତ ନେତା ତାହିର ହୁସେନ ଗୁଇନ୍ଦା ବ୍ୟୁରୋ ଅଧିକାରୀ ଅଙ୍କିତ ଶର୍ମାଙ୍କୁ ବର୍ବର ହତ୍ୟା ମାମଲାରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଅଛନ୍ତି। ଦିଲ୍ଲୀ ହିଂସା ସମୟରେ ସେ ଶତାଧିକ ଦଙ୍ଗାକାରୀଙ୍କୁ ତାଙ୍କର ଏକ ନିର୍ମାଣାଧୀନ ବାସଭବନରେ ରଖାଇଥିଲେ ଏବଂ ସେଠାରେ ହିଂସା ପାଇଁ ବିପୁଳ ସାମଗ୍ରୀ ମହଜୁଦ୍‌ ରଖାଯାଇଥିଲା।

ଉଲ୍ଲେଖଯୋଗ୍ୟ, ତାହିର ହୁସେନ୍‌ ରାଉଜ୍‌ ଏଭେନ୍ୟୁ ଅଦାଲତରେ ଆତ୍ମ ସମର୍ପଣ କରିବା ପାଇଁ ଆବେଦନ ଦାଖଲ କରିଥିଲେ। ତେବେ ବିଚାରପତି ଏହି ଆବେଦନ ତାଙ୍କ ବିଚାର ପରିସରରେ ନ ଥିବା କହିଥିଲେ ଏବଂ ଆବେଦନକୁ ଖାରଜ କରି ଦେଇଥିଲେ। ଏହାପରେ ତାହିର ତୁରନ୍ତ କୋର୍ଟ ଛାଡ଼ିବା ପାଇଁ ପାର୍କିଂରେ ପହଞ୍ଚିବା ପରେ ସେଠାରେ ହିଁ ପୁଲିସ ତାଙ୍କୁ ଗିରଫ କରିନେଇଥିଲା।

ଏହାପରେ ନ୍ୟାୟାଳୟ ତାହିର ହୁସେନଙ୍କୁ ସାତ ଦିନିଆ ପୁଲିସ ରିମାଣ୍ଡରେ ପଠାଇ ଦେଇଥିଲେ । ଏହି ରିମାଣ୍ଡ ସମୟରେ ଏସଆଇଟି ତାହିର ହୁସେନଙ୍କୁ ପଚରାଉଚରା କରୁଛି ଏବଂ ଅନେକ ତଥ୍ୟ ହାସଲ କରିସାରିଥିବା ଜଣାଯାଇଛି । ତାହିର ହୁସେନଙ୍କଠାରୁ ଭାଇ ଶାହା ଆଲମ ଦିଲ୍ଲୀ ହିଂସାରେ ସାମିଲ ଥିବାର ପ୍ରମାଣ ପାଇଥିଲା ପୁଲିସ।

By amfnews

Related Post