194 Views
ନୂଆଦିଲ୍ଲୀ : ଗୁରୁବାର ଦିନ ଝାଡ଼ଖଣ୍ଡ କଂଗ୍ରେସର ପୂର୍ବତନ ସଭାପତି ତଥା ଷ୍ଟ୍ରଙ୍ଗ୍ମ୍ୟାନ୍ ଅଜୟ କୁମାର ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କ ଆମ୍ ଆଦ୍ମି ପାର୍ଟିରେ ଯୋଗ ଦେଇଛନ୍ତି। ଏ ବର୍ଷ ଶେଷ ଭାଗକୁ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବ ବୋଲି ସମୟନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି। ଆପ୍ ପକ୍ଷରୁ ଟୁଇଟ୍ କରାଯାଇଛି: ଆମ ଭଳି ସବୁ ସାଧାରଣ ଲୋକ ଆଗେଇ ଆସି ନିଷ୍କପଟ ରାଜନୀତିରେ ସହଯୋଗ କରିବା ଉଚିତ। କେବଳ ଆମ୍ ଆଦ୍ମି ପାର୍ଟି ହିଁ ହେଉଛି ଆଜିର ରାଜନୀତିର ଉତ୍ତର।
ଅଗଷ୍ଟ ୧୦ ତାରିଖ ଦିନ ସେ ଟୁଇଟର୍ରେ ପୋଷ୍ଟ୍ କରିଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ କି, ବରିଷ୍ଠ ଦଳୀୟ ନେତାଙ୍କ ମଧ୍ୟରେ ତୀବ୍ର ମନୋମାଳିନ୍ୟ ରହିଛି। ତାଙ୍କ ସହଯୋଗୀମାନଙ୍କ ମଧ୍ୟରେ ଅନେକ ସବୁଠୁ ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କ ଠାରୁ ଖରାପ ବ୍ୟକ୍ତି ଥିବା କଥା ସେ ଦର୍ଶାଇ ଥିଲେ।