264 Views
ରାଂଚି, ଅକ୍ଟୋବର ୦୧ : ଲୋକସଭା ସାଂସଦ ସୁମିତ୍ରା ମହାଜନ ଲୋକମନ୍ଥନ ୨୦୧୮ ସାମପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସେଠାରେ ସେ କହିଛନ୍ତି ଯେ, କଣ କେବଳ ଆରକ୍ଷଣ ଦେବା ଦ୍ୱାରା ଆମ ଦେଶର ପ୍ରଗତି ହେବ । ସେ ଆରକ୍ଷଣର ବିରୋଦ୍ଧୀ ନୁହଁନ୍ତି କିନ୍ତୁ ଏହା ବିଚାର କରିବା ଜରୁରୀ ଯେ, ଡକ୍ଟର ଭୀମ ରାଓ ଆମ୍ବେଦକର ଗରୀବ ଏବଂ ପଛୁଆ ବର୍ଗର ଲୋକମାନଙ୍କୁ କେବଳ ୧୦ ବର୍ଷ ଆରକ୍ଷଣ ଦେବା ପାଇଁ କହିଥିଲେ । ଯାହାଫଳରେ ସେମାନେ ସମାଜରେ ଲୋକମାନଙ୍କ ସହ ସମାନ ହୋଇ ପାରିବେ ।
ସେ କହିଛନ୍ତି ଯେ, ଭାରତୀୟମାନଙ୍କୁ ଦେଶ ବିଷୟରେ ଚିନ୍ତା କରିବା ଆବଶ୍ୟକ ଯେ କିଭଳି ଭାବରେ ଦେଶର ସଭ୍ୟତା ଏବଂ ସଂସ୍କୃତି ଆଗକୁ ବଢିବ । ଦୁନିଆ ଭାରତୀୟ ସଂସ୍କୃତିକୁ ସମ୍ମାନ ଦେଉଛି । କିନ୍ତୁ କଣ ଆମେ ଏହାକୁ ଆତ୍ମନିରୀକ୍ଷଣ କରୁଛେ । ଲୋକସଭା ଅଧ୍ୟକ୍ଷ ଏହି ସମାରୋହରେ ଭାରତ ନିର୍ମାଣର ତିନି ଦିନି ପର୍ଯ୍ୟନ୍ତ ଚାଲିଥିବା ବିଚାର ମନ୍ଥନକୁ ପ୍ରଶଂସା କରିଛନ୍ତି । ପ୍ରଦର୍ଶନକାରୀମାନେ ସରକାରୀ ସମ୍ପତିକୁ କ୍ଷତି କରୁଥିବା ଘଟଣାରେ ସେ ବିରକ୍ତି ପ୍ରକାଶ କରିଛନ୍ତି । ଏବଂ କହିଛନ୍ତି ଯେ, ଏମିତି କରି କରଦାତାଙ୍କର ଟଙ୍କାକୁ ସେମାନେ ବର୍ବାଦ କରୁଛନ୍ତି । ସମସ୍ତଙ୍କ ମନରେ ରାଷ୍ଟ୍ର ଭାବନା ରହିବା ଦରକାର ।
ସୁମିତ୍ରା କହିଛନ୍ତି ଯେ, ଜନତାଙ୍କୁ ଜନ ଗଣ ମନ ଏବଂ ସାହିତ୍ୟ ଓ ଇତିହାସ ବିଷୟରେ ଚିନ୍ତା କରିବା ଆବଶ୍ୟକ । ସେ ମହିଳାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ମହିଳାଙ୍କର ସମ୍ମାନରେ ବଡ ମହତ୍ୱ ରହିଛି । ସେମାନେ ସମାଜର ମହତ୍ୱପୂର୍ଣ୍ଣ ଅଂଶ । ସେମାନେ ସମାଜ ବିନା ଆଗକୁ ବଢି ପାରିବେ ନାହିଁ ।