Fri. Mar 6th, 2026

ଆମେରିକୀୟ ବିଶ୍ୱବିଦ୍ୟାଳୟ ଦୁର୍ନୀତି: ଅପରାଧିକ ମାମଲାର ସମ୍ମୁଖୀନ ହେବେ ଶହ ଶହ ଭାରତୀୟ ଛାତ୍ରଛାତ୍ରୀ

331 Views

ଓ୍ଵାସିଂଟନ୍‌, ଜାନୁଆରୀ ୩୧ : ନକଲି ବିଶ୍ୱ ବିଦ୍ୟାଳୟରେ ବିଦ୍ୟାର୍ଥୀମାନଙ୍କୁ ନାମ ଲେଖାଇଥିବା ଅଭିଯୋଗରେ ୮ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦାସଂସ୍ଥା  ଦ୍ୱାରା ଗିରଫ କରାଯିବା ପରେ ଭାରତରୁ ଯାଇଥିବା ଶହ ଶହ ଛାତ୍ରଛାତ୍ରୀ ଅପରାଧିକ ମାମଲାରେ ସମ୍ମୁଖୀନ ହୋଇଛନ୍ତି।

ବିଦ୍ୟାର୍ଥୀ ଭିସାର ଅପବ୍ୟବହାର କରି ଆମେରିକାରେ ରହି କାମ କରିବାକୁ ଅଯୋଗ୍ୟ ବିବେଚିତ ବିଦେଶୀମାନଙ୍କୁ ସାହାଯ୍ୟ କରୁଥିବା ର‍୍ୟାକେଟର୍‌ମାନଙ୍କୁ ଧରିବା ନିମନ୍ତେ ଚଢ଼ାଉ କରାଯାଇଥିଲା। ଆଠଜଣ ଲୋକ ଗିରଫ ହୋଇଥିବା କଥା ମିସିଗାନ୍‌ ଶାଖାର ଆଇନ ବିଭାଗ ଘୋଷଣା କରିଛି। ସେମାନଙ୍କର ନାଁରୁ ଜଣାପଡୁଛି ଯେ ସେମାନେ ଭାରତୀୟ ବା ଭାରତୀୟ ବଂଶୋଦ୍ଭବ।

ମିସିଗାନ୍‌ ଷ୍ଟେଟ୍‌ ଠାରେ ସଂସ୍ଥାପିତ ୟୁନିଭର୍ସିଟି ଅଫ୍‌ ଫାର୍ମିଙ୍ଗ୍‌ଟନ୍‌ ନାମକ ନକଲି ପ୍ରତିଷ୍ଠାନରେ ବହୁ ଛାତ୍ରଛାତ୍ରୀ ନାମ ଲେଖାଇ ଥିଲେ। ସେମାନଙ୍କୁ ମଧ୍ୟ ଡିପାର୍ଟମେଣ୍ଟ୍‌ ଅଫ୍‌ ହୋମ୍‌ଲାଣ୍ଡ୍‌ ସିକ୍ୟୁରିଟି ଏବଂ ଇମିଗ୍ରେସନ୍‌ ଆଣ୍ଡ୍‌ କଷ୍ଟମ୍‌ସ୍‌ ଏନ୍‌ଫୋର୍ସମେଣ୍ଟ୍‌ ହାଜତକୁ ନେଇଛନ୍ତି। ସେମାନଙ୍କ ସଂଖ୍ୟା ୨୦୦ ହୋଇ ପାରେ। ପ୍ରାୟ ୬୦୦ ଛାତ୍ରଛାତ୍ରୀ ସେଠାରେ ନାମ ଲେଖାଇଥିବା କୁହାଯାଉଛି। ସମସ୍ତଙ୍କ ନାମ ଅପରାଧିକ ମାମଲା ରୁଜୁ ହେବ ଏବଂ କେତେକଙ୍କୁ ଜେଲ୍‌ ଦଣ୍ଡ ବି ଭୋଗିବାକୁ ପଡ଼ିପାରେ।

By amfnews

Related Post