Thu. Dec 26th, 2024

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ୬ଟି ରାଜ୍ୟରେ ଟ୍ରମ୍ପ ବିଜୟୀ, ୯ଟିରେ ଜିତିଲେ ବାଇଡେନ

By amfnews Nov 4, 2020 #Featured
165 Views

ୱାଶିଂଟନ, ନଭେମ୍ବର ୦୪ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଏବେ ମତଗଣନା ଜାରି ରହିଛି । ଭାରତୀୟ ସମୟ ସାଢ଼େ ୮ଟା ବେଳକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୬ଟି ରାଜ୍ୟରେ ବିଜୟୀ ହୋଇଛନ୍ତି । ସେ ଓକଲାହୋମା, ଟେନେସି, ମିସିସିପି, ଦକ୍ଷିଣ ଦାକୋଟା, ଉତ୍ତର ଦାକୋଟା ଓ ଅଲବାମାରେ ଜିତିଛନ୍ତି । ସେହିପରି ତାଙ୍କର ପ୍ରତିନ୍ଦ୍ୱନ୍ଦ୍ୱୀ ଜୋ ବାଇଡେନ ୯ଟି ରାଜ୍ୟରେ ଜିତିସାରିଛନ୍ତି । ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଭୋଟ ଗଣତି ଜାରି ରହିଛି । ବାଇଡେନଙ୍କୁ ଆଇଳାଣ୍ଡ, ନ୍ୟୁଜର୍ସି, ମାସାଚୁସେଟସ, ମେରିଲ୍ୟାଣ୍ଡ, ଇଲିନୋଇସ, ଡେଲାୱେର, କଲରାଡୋ, ନ୍ୟୁୟର୍କ ଓ କନେକ୍ଟିକଟରେ ବିଜୟ ହୋଇଛି । ତେବେ ପ୍ରାଥମିକ ଆକଳନରୁ ଜଣାପଡ଼ିଛି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ପ୍ରତିନ୍ଦ୍ୱନ୍ଦୀ ଜୋ ବାଇଡେନଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଛି ।

ପେନସିଲଭେନିଆ ଓ ଭିସ୍କୋସ୍ନିନରେ ଭୋଟିଂ ଶେଷ ହେବା ପୂର୍ବରୁ ଟ୍ରମ୍ପ ରେଡିଓ ଟକ ଶୋ’ରେ କରିଛନ୍ତି । ଟ୍ରମ୍ପ କହିଛନ୍ତି, ମୋତେ ଫ୍ଲୋରିଡା ଓ ନର୍ଥ କୈରୋଲିନା ଭଳି ଗୁରତ୍ୱପୂର୍ଣ୍ଣ ରାଜ୍ୟରେ ବିଜୟ ମିଳିବାର ଆଶା ରହିଛି । ଟ୍ରମ୍ପ କହିଛନ୍ତି ଦେଶବ୍ୟାପୀ ଆମେ ଭଲ ସ୍ଥିତିରେ ଅଛୁ ।

ରିପ୍ଲବିକାନ ପ୍ରାର୍ଥୀ ଜୋ ବାଇଡେନଙ୍କ ଲାଗି ଜର୍ଜିଆ, ଫ୍ଲୋରିଡା ଓ ନର୍ଥ କୈରୋଲିନାଙ୍କୁ ଅଧିକ ଭୋଟ ମିଳିପାରେ । ବାଇଡେନ ଶେଷ ଥର ପାଇଁ ଲୋକଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ।  

ତେବେ ହିଂସାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମତଗଣନା ପୂର୍ବରୁ ହ୍ୱାଇଟ ହାଉସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ୟୁଏସ ସୁରକ୍ଷାକର୍ମୀ ଓ ଗୁଇନ୍ଦା ସଂସ୍ଥା ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଆଖପାଖ ଅଂଚଳରେ ଯାଉଥିବା ଲୋକଙ୍କୁ ଉପରେ ମଧ୍ୟ ନଜର ରଖାଯାଉଛି । ସୂଚନାଯୋଗ୍ୟ, ଆମେରିକାରେ ୨୦୨୦ ନିର୍ବାଚନରେ ୬୭ ପ୍ରତିଶତ ଭୋଟିଂ ହୋଇଛି ଏଥିରେ ୧୬ କୋଟି ଆମେରିକୀୟ ଭୋଟ ଦେଇଛନ୍ତି । 

By amfnews

Related Post