Sat. Jan 25th, 2025

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ବିନା ମାସ୍କରେ ବିତର୍କ ପାଇଁ ପହଂଚିଲେ ଡୋନାଲ୍ଡ ଟ୍ରମ୍ପ

By amfnews Oct 23, 2020 #Featured
157 Views

ନୈଶୱିଲ, ଅକ୍ଟୋବର ୨୩ : ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ଆଉ କିଛି ଦିନ ବାକି ଅଛି । ଏହି ନିର୍ବାଚନ ପାଇଁ ସମଗ୍ର ବିଶ୍ୱ ନଜର ରଖିଛି । ଏହା ପୂର୍ବରୁ ଶୁକ୍ରବାର ରିପ୍ଲବିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରେଟିଜ ପାର୍ଟିର ପ୍ରାର୍ଥୀ ଜୋ ବିଡେନ ପୁଣି ଥରେ ବିତର୍କ ପାଇଁ ପହଂଚିଛନ୍ତି । ନୈଶୱିଲରେ ହେଉଥିବା ଏହି ବିତର୍କରେ ଏନବିସି ନ୍ୟୁଜ ପ୍ରତିନିଧି କ୍ରିଷ୍ଟନ ୱେଲକର ସମ୍ମୁଖରେ ଉଭୟ ନେତା ପହଂଚିସାରିଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେ, କରୋନା କଟକଣା ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ମାସ୍କ ନ ପିନ୍ଧି ମଂଚରେ ପହଂଚିଛନ୍ତି ।

ବିତର୍କ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, କରୋନା ଭାଇରସ ମୁକାବିଲା ଲାଗି କିଛି ସପ୍ତାହରେ ଟିକା ଆସିଯିବ । ଅପରପକ୍ଷେ ବିଡେନ ଦାବି କରିଛନ୍ତି ଯେ, ଟ୍ରମ୍ପ ନିକଟରେ କୋଭିଡ-୧୯ ସହ ଲଢ଼ିବା ପାଇଁ କୌଣସି ଯୋଜନା ନାହିଁ । 

ଏହି ବିତର୍କ ଲାଗି ଟ୍ରମ୍ପ, ବିଡେନ ଓ ୱେଲକରଙ୍କ ବ୍ୟତୀତ କେବଳ ୨୦୦ ଲୋକଙ୍କୁ ଅନୁମତି ମିଳିଛି । ୬ଟି ପ୍ରସଙ୍ଗରେ ପ୍ରଶ୍ନ ଓ ଉତ୍ତର ହେବ । ମାତ୍ର ୨ ମିନିଟ ମଧ୍ୟରେ ପ୍ରାର୍ଥୀମାନେ ଉତ୍ତର ରଖିବେ । ବିତର୍କ ପୂର୍ବରୁ ବିଡେନଙ୍କ ନିର୍ବାଚନ ସହଯୋଗୀ ଓ ଉପରାଷ୍ଟ୍ରପତି ପଦ ପାଇଁ ଆଶାୟୀ ପ୍ରାର୍ଥୀ କମଲା ହେରିସଙ୍କ ପ୍ରେସ ସେକ୍ରେଟାରୀ ସବରୀନା ସିଂହ କହିଛନ୍ତି, ଏହି ବିତର୍କ ଲାଗି ନିଜର ଭିଜନ ସମ୍ମୁଖରେ ରଖିବାକୁ ସୁଯୋଗ ମିଳିଛି । 

By amfnews

Related Post