Thu. Dec 26th, 2024

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଦେଶ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲା ଟିକଟକ

By amfnews Aug 25, 2020 #Featured
160 Views

ୱାଶିଂଟନ, ଅଗଷ୍ଟ ୨୫ : କ୍ଷୁଦ୍ର ଭିଡିଓ ଆପ୍ ଟିକଟକ ଆମେରିକାରେ ନିଜ ଉପରେ ଲଗାଯାଇଥିବା କଟକଣା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସରକାରଙ୍କ ନିଷ୍ପତ୍ତିକୁ ଅଦାଲତରେ ସୋମବାର ଚ୍ୟାଲେଞ୍ଜ ହୋଇଛି । ଟିକ୍ଟକ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ବାଣିଜ୍ୟ ମନ୍ତ୍ରୀ ଭିଲବର ରାସ ଏବଂ ବାଣିଜ୍ୟ ବିଭାଗ ବିରୋଧରେ କାଲିଫୋର୍ଣ୍ଣିଆର ଅଦାଲତରେ ହୋଇଥିବା ମାମଲା ତଥାକଥିତ ଅନାଧିକୃତ କାର୍ଯ୍ୟାନୁଷ୍ଠାନରୁ ରୋକିବାକୁ ଆଗ୍ରହ ପ୍ରକାଶ କରିଛି । କଂପାନୀ ଅଗଷ୍ଟ ୬ରେ ଏହାରି ଉପରେ କଟକଣା ଲଗାଇବା ଆଦେଶକୁ ନେଇ ଏହି ମାମଲା ଦାୟର କରିଛି ।

ସୂଚନାଯୋଗ୍ୟ, ଟିକଟକକୁ ଭାରତରେ ମଧ୍ୟ କଟକଣାର ସମ୍ମୁଖୀନ ହେବାକୁ ପଡ଼ିଛି । ଏହାର ମାଲିକ ଚୀନର ବାଇଟଡାନ୍ସ କଂପାନୀ ଅଟେ । ଟିକଟକ ସୋମବାର କହିଛି ଯେ, ସେ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ଲାଗି କୌଣସି ବିପଦ ନାହିଁ । ଟ୍ରମ୍ପ ସରକାର ବିନା କିଛି ପ୍ରମାଣ ଆଧାରରେ କଟକଣା ଆଦେଶ ଜାରି କରିଛନ୍ତି । କଂପାନୀ ଆବେଦନରେ କୋର୍ଟଙ୍କୁ ସୁରକ୍ଷା ଦାବି କରିଛି । ରାଷ୍ଟ୍ରପତି ଟ୍ରମ୍ପ ରାଷ୍ଟ୍ରୀୟ ସୁରକ୍ଷାକୁ ବିପଦ ପହଂଚାଉଥିବା ଦେଖି ଅଗଷ୍ଟରେ ଟିକଟକକୁ ନେଇ କାର୍ଯ୍ୟକାରୀ ଆଦେଶ ଜାରି କରିଥିଲେ ।

By amfnews

Related Post