Fri. Mar 6th, 2026

ଆମେରିକାର ୨୦୨୦ ରାଷ୍ଟ୍ରପତି ନିର୍ବାଚନ: ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନାମାଙ୍କନ ଗ୍ରହଣ କଲେ କମଲା ହାରିସ

244 Views

ୱାଶିିଂଟନ୍‌: ନଭେମ୍ବର ମାସରେ ହେବାକୁ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ୨୦୨୦ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଡେମୋକ୍ରାଟି ପାର୍ଟି ଜୋ ବାଇଡେନ୍‌ଙ୍କୁ ବିଧିବଦ୍ଧ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିବା ପରେ କମଲା ହାରିସ୍‌କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିଲା। କମଲା ହାରିସ୍ ବୁଧବାର ରାତିରେ ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନାମାଙ୍କନ ଗ୍ରହଣ କରିଛନ୍ତି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନେତୃତ୍ବରେ ଗଣତନ୍ତ୍ର ବିପଦରେ ଅଛି ବୋଲି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମନ୍ତବ୍ୟ ଦେବା ପରେ କମଲା ହାରିସ୍ ଡେମୋକ୍ରାଟିକ୍ ନ୍ୟାସନାଲ କନକ୍ଲେଭର ତୃତୀୟ ରାତ୍ରୀରେ ସମ୍ବୋଧନ କରି ନିଜର ନାମାଙ୍କନକୁ ଗ୍ରହଣ କରିଛନ୍ତି। ସେ ବିଷୟରେ ତାଙ୍କ ଟ୍ବିଟ୍‌ର ଆକାଉଣ୍ଟ୍‌ରେ ବି ଘୋଷଣା କରିଛନ୍ତି।

କାଲିଫର୍ନିଆର ୫୫ ବର୍ଷିୟା ସିନେଟର ହାରିସ୍ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନଙ୍କୁ ସମର୍ଥନ କରିବାକୁ ଓ ମହାମାରୀ କରୋନା ପରିସ୍ଥିତିରେ ମଧ୍ୟ  ବହୁସଂଖ୍ୟାରେ ମତଦାନ କରିବାକୁ ମତଦାତାଙ୍କୁ ଆହ୍ବାନ କରିଛନ୍ତି।

କମଲା ହାରିସ୍ ଆହୁରି ବି କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଫଳ ନେତୃତ୍ବ ଆମେରିକାର ଜୀବନ ଏବଂ ଜୀବିକାକୁ ଛାର୍‌ଖାର୍‌ କରିଛି। କେତେକ ପ୍ରତିଷ୍ଠିତ ଡେମୋକ୍ରାଟ ନେତା ମଧ୍ୟ  ଟ୍ରମ୍ପ୍‌ଙ୍କ ପୁର୍ନନିର୍ବାଚନକୁ ବିରୋଧ କରୁଛନ୍ତି।

ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଫିଲାଡେଲଫିଆରେ ଥିବା ଏକ ଆମେରିକୀୟ ସଂଗ୍ରହାଳୟରେ ନିଜର ବକ୍ତବ୍ୟ ରଖି କହିଥିଲେ କି ଆମେରିକାର ଗଣତନ୍ତ୍ର ଦୁର୍ବଳ ହେବାର ଆଶଙ୍କା ରହିଛି। ୨୦୧୬ ମସିହାର ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ ମଧ୍ୟ ଟ୍ରମ୍ପ୍‌ଙ୍କ ନେତୃତ୍ବରେ ଆମେରିକାର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକଟ କରିଛନ୍ତି।

By amfnews

Related Post