Tue. Dec 24th, 2024

ଆମେରିକାରେ ୪ କୋଟି ଛାତ୍ରବୃତ୍ତି ପାଇଥିବା ଉତ୍ତର ପ୍ରଦେଶ ଝିଅ ସଡ଼କ ଦୁର୍ଘଟଣାରେ ମୃତ

By amfnews Aug 11, 2020 #Featured
214 Views

ବୁଲନ୍ଦସହର, ଅଗଷ୍ଟ ୧୧ : ଆମେରିକାର ବବସନ କଲେଜରେ ୩.୮୩ କୋଟି ଟଙ୍କାର ଛାତ୍ରବୃତ୍ତି ହାସଲ କରି ପାଠ ପଢୁଥିବା ସୁଦୀକ୍ଷା ଭାଟିଙ୍କର ସୋମବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଉତ୍ତର ପ୍ରଦେଶର ବୁଲନ୍ଦସହର ଅନ୍ତର୍ଗତ ଦାଦରୀ ଅଂଚଳରେ ଥିବା ଡେରୀ ସ୍କନର ନିବାସୀ ସୁଦୀକ୍ଷା ନିଜର ଦାଦାଙ୍କ ସହିତ ସିକନ୍ଦରାବାଦ (ବୁଲନ୍ଦସହର) ମାମୁଁଙ୍କୁ ଭେଟିବାକୁ ଯାଉଥିଲେ । ରାସ୍ତାରେ ତାଙ୍କର ସ୍କୁଟିକୁ ଜଣେ ବୁଲେଟ ଆରୋହୀ ଶକ୍ତ ଧକ୍କା ଦେଇଥିଲା ।

ସୁଦୀକ୍ଷା ଭାଟିଙ୍କ ସଂପର୍କୀୟମାନେ ଗଣମାଧ୍ୟମକୁ କହିଛନ୍ତି, ସେ ଆସନ୍ତା ୨୦ ତାରିଖରେ ଆମେରିକା ଫେରିଯାଇଥାନ୍ତା । କରୋନା ସଂକ୍ରମଣ ଯୋଗୁଁ ସେ ଜୁନ ପ୍ରଥମ ସପ୍ତାହରେ ଆମେରିକାରୁ ଆସିଥିଲା । ସେ ନିଜର ମାମୁଁଙ୍କୁ ଭେଟିବା ଲାଗି ସୋମବାର ଦାଦା ସତ୍ୟେନ୍ଦ୍ର ଭାଟିଙ୍କ ସହିତ ଯାଉଥିଲା । ଜାତୀୟ ରାଜପଥରେ ଔରଙ୍ଗାବାଦ ଗାଁ ନିକଟରେ ବୁଲେଟ ଆରୋହୀ ଜଣେ ଯୁବକ ସ୍କୁଟିକୁ ଶକ୍ତ ଧକ୍କା ଦେଇଥିଲା । ସୁଦୀକ୍ଷା ଏବଂ ସତ୍ୟେନ୍ଦ୍ର ସଡ଼କରେ ପଡ଼ିଯାଇଥିଲେ । ଏହି ଦୁର୍ଘଟଣାରେ ସୁଦୀକ୍ଷାଙ୍କର ମୃତ୍ୟୁ ହୋଇଥିଲା । ଦାଦା ସତ୍ୟେନ୍ଦ୍ର ମଧ୍ୟ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଡେରି ସ୍କାନର ଗାଁ ନିବାସୀ ଜିତେନ୍ଦ୍ର ଭାଟିଙ୍କ ଝିଅ ସୁଦୀକ୍ଷା ଭାଟି ଏଚସିଏଲ ଫାଉଣ୍ଡେଶନର ସ୍କୁଲ ବିଦ୍ୟା ଜ୍ଞାନରେ ପଢ଼ିଥିଲା । ବର୍ଷ ୨୦୧୮ର ସିବିଏସସି ବୋର୍ଡ ପରୀକ୍ଷାରେ ସୁଦୀକ୍ଷା ୯୮ ପ୍ରତିଶତ ନମ୍ବର ଆଣିଥିଲେ । ସେ ଇଂରାଜୀ ବିଷୟରେ ୯୫ ପ୍ରତିଶତ, ଇତିହାସରେ ୧୦୦, ରାଜନୀତି ବିଜ୍ଞାନରେ ୯୬, ଭୂଗୋଳରେ ୯୮ ଓ ଅର୍ଥଶାସ୍ତ୍ରରେ ୧୦୦ ନମ୍ବର ଆଣିଥିଲେ । ଭଲ ନମ୍ବର ଆଣିଥିବାରୁ ତାଙ୍କୁ ୩.୮୩ କୋଟି ଛାତ୍ରବୃତ୍ତି ମିଳିଥିଲା ।

By amfnews

Related Post