Sat. Mar 7th, 2026

ଆମେରିକାରେ ଦୀପାବଳି ପାଳନ ଧାର୍ମିକ ସ୍ୱାଧୀନତାର ଗୁରୁତ୍ୱପୂର୍ଣ୍ଣ ସ୍ମାରକୀ: ଡୋନାଲ୍ଡ ଟ୍ରମ୍ପ୍‌

233 Views

ନୂଆଦିଲ୍ଲୀ: ଦୀପାବଳି ପାଳନ କରୁଥିବା ଲୋକମାନଙ୍କୁ ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌ ଅଭିନନ୍ଦନ ଜଣାଇ କହିଲେ ଯେ ସମଗ୍ର ଦେଶରେ ଦୀପାବଳି ପାଳନ ହେଉଛି ଦେଶର ଅନ୍ତରତମ ମୂଲ୍ୟବୋଧ- ଧାର୍ମିକ ସ୍ୱାଧୀନତାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସ୍ମାରକୀ।

ହ୍ଵାଇଟ୍‌ ହାଉସ୍‌ ବିବୃତି ଅନୁସାରେ ଟ୍ରମ୍ପ୍‌ କହିଛନ୍ତି: ଦୀପାବଳି ଆରମ୍ଭ ହୋଇଥିବାରୁ, ଯେଉଁମାନେ ପବିତ୍ରତା ଏବଂ ଆନନ୍ଦରେ ଆଲୋକର ପର୍ବ ପାଳୁଛନ୍ତି ମେଲାନିଆ ଏବଂ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛୁ।

ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସମଗ୍ର ବିଶ୍ୱରେ ଅନେକ ହିନ୍ଦୁ, ଜୈନ, ଶିଖ ଏବଂ ବୌଦ୍ଧଧର୍ମୀମାନଙ୍କ ନିମନ୍ତେ ଏହି ପବିତ୍ର ବେଳା ହେଉଛି ଅନ୍ଧକାର ଉପରେ ଆଲୋକର, ମନ୍ଦ ଉପରେ ଭଲ ଏବଂ ଅଜ୍ଞାନ ଉପରେ ଜ୍ଞାନର ବିଜୟ ପାଳନ କରିବାର ସୁଯୋଗ। ଏହି ପବିତ୍ର ବେଳାରେ ଏହି ଧର୍ମରେ ବିଶ୍ୱାସ ରଖୁଥିବା ଲୋକେ ପ୍ରାର୍ଥନା କରନ୍ତି, ଦୀପ ଜାଳନ୍ତି ଏବଂ ଭୋଜିଭାତରେ ଭାଗ ନିଅନ୍ତି ଏବଂ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଅନ୍ୟାନ୍ୟ ଉତ୍ସବ ପାଳନ କରନ୍ତି।

ଗୋଟିଏ ଦିନ ପୂର୍ବରୁ ଟ୍ରମ୍ପ୍‌ ଏକ ଛୋଟିଆ ଭାରତୀୟ-ଆମେରିକୀୟଙ୍କ ସହ ଓଭାଲ୍‌ ଅଫିସ୍‌ରେ ଦୀପାବଳି ପାଳନ କରିଥିଲେ।

By amfnews

Related Post