Sun. Mar 8th, 2026

ଆମେରିକାରେ ଗୋଟିଏ ଦିନରେ ୨୬ ହଜାର କରୋନାରେ ଆକ୍ରାନ୍ତ

178 Views

ଓ୍ୱାଶିଂଟନ: କରୋନା ସଂକ୍ରମଣରେ ଆମେରିକାର ସ୍ଥିତି ଆହୁରି ବିଗୁଡ଼ିଛି। ମଙ୍ଗଳବାର ସୁଦ୍ଧା ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨୭୦୦୦ ଛୁଇଁଛି। ୨୪ ଘଣ୍ଟା ମଧ୍ୟରେ ୨୪୦୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୨୬,୦୪୭ ଛୁଇଁଛି।

ନ୍ୟୁୟର୍କରେ ସର୍ବାଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଯାବତ କେବଳ ନ୍ୟୁୟର୍କରୁ ୨୦୨,୬୩୦ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୧୦,୮୩୪ ଜଣଙ୍କର ମୃତ୍ୟୁ ଘଟିଛି। ନ୍ୟୁ ଜର୍ସିରେ ୬୮,୮୨୪ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୨,୮୦୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଅନ୍ୟାନ୍ୟ ୫ଟି ରାଜ୍ୟରୁ ୨୦,୦୦୦ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ମଙ୍ଗଳବାର ଟ୍ରମ୍ପ କହିଥିଲେ ଦେଶରୁ ଲକଡାଉନ୍ ହଟାଇବା ଏବଂ ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ କାହାରି ପରାମର୍ଶ ଆବଶ୍ୟକ ନାହିଁ। ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ପରେ କରୋନାରେ ସର୍ବାଧିକ ଆକ୍ରାନ୍ତ ସହର ନ୍ୟୁୟର୍କର ଗଭର୍ଣ୍ଣର ଆଣ୍ଡ୍ର୍ୟୁ କ୍ୟୋମୋ ଟ୍ରମ୍ପଙ୍କ ବିରୋଧରେ ବର୍ଷିଛନ୍ତି।

କ୍ୟୋମୋ କହିଛନ୍ତି ଏଭଳି କିଛି ନିଷ୍ପତ୍ତି ସେ ନେବେ ନାହିଁ ଯାହାକି ଲୋକଙ୍କ ଜୀବନ ପ୍ରତି କ୍ଷତି ପହଞ୍ଚାଇବ। ଟ୍ରମ୍ପ ଏକଛତ୍ରବାଦ ଭଳି ଶାସନ କରୁଛନ୍ତି। ସେ ଆମେରିକାର ରାଷ୍ଟ୍ରପତି ରାଜା ନୁହନ୍ତି ବୋଲି ନ୍ୟୁୟର୍କର ଗଭର୍ଣ୍ଣର କହିଛନ୍ତି। କରୋନା ଭାଇରସ କୌଣସି ରିପବ୍ଲିକ କିମ୍ୱା ଡେମୋକ୍ରାଟିକ ଦଳର ଲୋକଙ୍କ ଜୀବନ ନେଉନାହିଁ ବରଂ ଆମେରିକାବାସୀଙ୍କ ଜୀବନ ନେଉଛି ବୋଲି ସେ କହିଛନ୍ତି।

By amfnews

Related Post