Fri. Mar 6th, 2026

ଆମେରିକାରେ ଆରମ୍ଭ ହେଲା ବାଇଡେନଙ୍କ ଯୁଗ, ଟ୍ରମ୍ପ ପ୍ରଶାସନର ୨୮ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ବେଜିଂ

209 Views

ବେଜିଂ, ଜାନୁଆରୀ ୨୧ : ଆମେରିକାରେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ରାଜତ୍ବ ଆରମ୍ଭ ହୋଇଛି  ।  ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ସରକାରର କାର୍ଯ୍ୟକାଳ ଶେଷ ହେବା ପରେ ବାଇଡେନଙ୍କ କାର୍ଯ୍ୟକାଳକୁ ନେଇ ଏବେ ଉତ୍ସାହିତ ହୋଇଛି ବେଜିଂ।

ଟ୍ରମ୍ପ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଚାଇନା ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏବେ ବୁଧବାର ବିଡେନ୍ ସରକାର ଶପଥ ନେବା ପରେ ଟ୍ରମ୍ପ ପ୍ରଶାସନର ୨୮ ଅଧିକାରୀଙ୍କ ଉପରେ ବେଜିଂ ପ୍ରତିବନ୍ଧକ ଲଗାଇଛି ।

ସେମାନଙ୍କ ମଧ୍ୟରେ ଆମେରିକାର ପୂର୍ବତନ ବୈଦେଶିକ ସଚିବ ତଥା ମନ୍ତ୍ରୀ ମାଇକ ପୋମ୍ପିଓ, ଟ୍ରମ୍ପ ପ୍ରଶାସନର ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ମିଳିତ ଜାତିସଂଘର ରାଷ୍ଟ୍ରଦୂତ କେଲି କ୍ରାଫ୍ଟ ପ୍ରମୁଖ ରହିଛନ୍ତି।

ଟ୍ରମ୍ପ ପ୍ରଶାସନର ଅଧିକାରୀଙ୍କ ଉପରେ ଲଗାଯାଇଥିବା ଏହି ପ୍ରତିବନ୍ଧକ ଆମେରିକା ପ୍ରତି ଚାଇନାର କଠୋର ମନୋଭାବକୁ ଦର୍ଶାଇଛି। ପୋମ୍ପିଓଙ୍କ ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ଚାଇନା ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ମାଇକ ପୋମ୍ପିଓ କହିଥିଲେ ଯେ ସଂଖ୍ୟାଲଘୁ ଏବଂ ମୁସଲମାନମାନଙ୍କ ଉପରେ ଚାଇନାର ନୀତି ‘ନରସଂହାର’ ସହ ସମାନ। ପୋମ୍ପିଓ କାର୍ଯ୍ୟକାଳର ଶେଷ ସମୟରେ ଚାଇନା ଉପରେ ଅନେକ ନୂତନ ପ୍ରତିବନ୍ଧକ ଲଗାଇ କହିଥିଲେ ଯେ ଚାଇନାର ପଶ୍ଚିମ ଜିନଜିଆନ୍ ପ୍ରଦେଶରେ ସଂଖ୍ୟାଲଘୁ ଏବଂ ମୁସଲମାନମାନଙ୍କୁ ହତ୍ୟା କରାଯାଉଛି।

ଉଲ୍ଲେଖଯୋଗ୍ୟ, ନବନିର୍ବାଚିତ ଜୋ ବାଇଡେନଙ୍କ ଭାରତୀୟ ବଂଶୋଦ୍ଭବଙ୍କୁ ଅଗ୍ରାଧିକାର ଦିଆଯାଇଛି । ସେମାନେ ମଧ୍ୟ ହ୍ବାଇଟ ହାଉସରେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଅବସ୍ଥାପିତ ହୋଇଛନ୍ତି  ।

By amfnews

Related Post