Mon. Jun 9th, 2025

ଆମେରିକାରୁ ଆଗୁଆ ଲକ୍ଡାଉନ୍ ଉଠାଇ ଦେବା ଅଯଥା ‘ଦୁର୍ଦ୍ଦଶା ଓ ମୃତ୍ୟୁ’ର କାରଣ ହେବ: ସ୍ବାସ୍ଥ୍ୟ ବିଶେଷଜ୍ଞ ଆନ୍ଥୋନି ଫାଉଚି

By amfnews May 13, 2020 #Featured
178 Views

ୱାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାରୁ ଆଗୁଆ ଲକ୍‌ଡାଉନ୍ ପ୍ରତ୍ୟାହାର କରି ନିଆଗଲେ ତାହା ଅଯଥା ‘ଦୁର୍ଦ୍ଦଶା ଓ ମୃତ୍ୟୁ’ର କାରଣ ହେବ ବୋଲି ମଙ୍ଗଳବାର ଦିନ ୟୁଏସ୍ କରୋନଭାଇସ୍ ଟାସ୍କ୍‌ଫୋର୍ସର ପ୍ରମୁଖ ସଦସ୍ୟ ଡକ୍ଟର୍ ଆନ୍ଥୋନି ଫାଉଚି ମଙ୍ଗଳବାର ଦିନ କରିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍ ପାନେଲ୍‌କୁ ସମ୍ବୋଧିତ କରି ଫାଉଚି କହିଲେ ଯେ ଦେଶର ଅନେକାଂଶରେ କରୋନାଭାଇରସ୍ ପ୍ରକୋପ ଏବେ ମଧ୍ୟ ନିୟନ୍ତ୍ରଣ ବାହାରେ ରହିଛି। ମୋର ମନେହୁଏ ଆମେ ଠିକ୍ ରାସ୍ତା ଧରିଛନ୍ତି, କିନ୍ତୁ ଠିକ୍ ରାସ୍ତାର ଅର୍ଥ ନୁହେଁ ଯେ ଆମେ ଏହି ସଂକ୍ରମଣକୁ ପୂରାମାତ୍ରାରେ ନିୟନ୍ତ୍ରଣ କରିପକାଇଛୁ।

ସେ ଗୁରୁତ୍ବାରୋପ କରି କହିଲେଯେ ରାଜ୍ୟ ସରକାରମାନେ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ସୁପାରିଶ ଅନୁସରଣ କରିବା ଉଚିତ। ନୂତନ ସଂକ୍ରମଣ ଉଲ୍ଲେଖଯୋଗ୍ୟ ସଂଖ୍ୟାରେ ହ୍ରାସ ନ ପାଇବା ଯାଏଁ ସେମାନେ ଲକ୍‌ଡାଉନ୍ ପ୍ରତ୍ୟାହାର କରିବା ଅନୁଚିତ।

ଅବ୍ୟବହିତ ସମୟ ପୂର୍ବରୁ ଲକ୍‌ଡାଉନ୍ ପ୍ରତ୍ୟାହାର କରିବା ସଂପର୍କରେ ସେ କହିଲେ ଯେ ଏହାଦ୍ବାରା ସଂକ୍ରମଣ ଏତେ ବଢ଼ିଯିବ ଯାହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେବନାହିଁ। ଯେଉଁ ଦୁର୍ଦ୍ଦଶା ଓ ମୃତ୍ୟୁକୁ ଏଡ଼ାଯାଇ ପାରିବ, ତାହା ପୁଣି ଆସିଯିବା ଦ୍ବାରା ଆର୍ଥିକ ପୁନଃରୁଦ୍ଧାର ଉଦ୍ୟମ ମଧ୍ୟ ପଛାଇ ଯିବ।

By amfnews

Related Post