Sat. Mar 7th, 2026

ଆମେଥି ରେ ପରିବର୍ତନ ଆଣିବେ ସ୍ମୃତି ଇରାନୀ

Amethi: Union Minister and Amethi MP Smriti Irani with Uttar Pradesh's Deputy Chief Minister Keshav Prasad Maurya during function, in Amethi, Saturday, June 22, 2019. (PTI Photo) (PTI6_22_2019_000122B)
239 Views

ଆମେଥି : କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି। ସେ ନିଜର ଲୋକସଭା ନିର୍ବାଚନରେ ଆମେଥିରେ ଏମିତି କାମ କରିବାକୁ ଯାଉଛନ୍ତି, ଯାହା ରାହୁଲ ଗାନ୍ଧୀ କରିପାରି ନଥିଲେ। ଏଥିଲାଗି ଏବେ ସ୍ମୃତି ଇରାନୀ ଚର୍ଚ୍ଚାରେ ରହିଛନ୍ତି। ବିଜୟ ପରେ ସେ ଆମେଥିରେ ନିଜର ଘର ପ୍ରତିଷ୍ଠା କରିବେ ବୋଲି କହିଛନ୍ତି । ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ରାହୁଲ ୧୫ ବର୍ଷ ଏଠାରେ ସାଂସଦ ରହି ମଧ୍ୟ ନିଜ ଘର ତିଆରି କରିପାରି ନଥିଲେ ।

ସ୍ମୃତି ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଉପସ୍ଥିତିରେ ଗତକାଲି ଏହି କଥା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆମେଥିରେ ରହିବେ ଏବଂ ଯେତେବେଳେ ଲୋକେ ଚାହିଁବେ ସେ ସେମାନଙ୍କୁ ଦେଖା ଦେବେ। ସେ ଏଠାରେ ଅତିଥି ଭଳି ରହିବେ ନାହିଁ ବୋଲି ସ୍ମୃତି କହିଛନ୍ତି । ସେ ନିଜ ପରିବାର ସହ ଏଠାରେ ରହିବେ ବୋଲି କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।

By amfnews

Related Post