Mon. Jan 13th, 2025

ଆଫଗାନିସ୍ତାନ ବିକାଶରେ ରହିଛି ଭାରତ ହାତ

By amfnews Jan 5, 2019 #Featured
116 Views

ନୂଆଦିଲ୍ଲୀ, ଜାନୁଆରୀ ୦୫ : ଆଫଗାନିସ୍ତାନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜ ହିସାବରେ ଦର୍ପଣ ଦେଖାଇଛି । ଆଫଗାନିସ୍ତାନ କହିଛି, ତା’ର ଦେଶ ବିକାଶରେ ଭାରତର ହାତ ରହିଛି । କାରଣ ଭାରତ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ସବୁବେଳେ ଉଦ୍ୟମ କରୁଛି । ମୁଖ୍ୟ କଥା ହେଲା ଯେ ଗୋଟିଏ ଦିନ ପୂର୍ବରୁ ଟ୍ରମ୍ପ କଥିତ ରୂପରେ କମ ସାହାଯ୍ୟ କରିବା ନେଇ ଭାରତକୁ ଥଟ୍ଟା କରିଥିଲେ । ଏହାରି ଉପରେ ଆଫଗାନିସ୍ତାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ହମଦୁଲ୍ଲାହ ମୋହିବ ଜବାବ ଦେଇଛନ୍ତି । ଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସରେ ଶୁକ୍ରବାର ଏନଏସଏ ଅଜିତ ଡୋଭାଲଙ୍କୁ ତାଙ୍କ ଆଫଗାନିସ୍ତାନ ସମକକ୍ଷ ଭେଟିଛନ୍ତି ।

ମୋହିବ ଓ ଅଜିତ ଡୋଭାଲଙ୍କ ସାକ୍ଷାତକାର ସମୟରେ ଆଫଗାନିସ୍ତାନକୁ ମିଳୁଥିବା ସହାୟତକୁ ପ୍ରଶଂସା କରାଯାଇଥିଲା । ମୋହିବ କହିଥିଲେ ଭାରତ ପକ୍ଷରୁ ଆଫଗାନିସ୍ତାନକୁ ମିଳୁଥିବା ସହାୟତା ପ୍ରଶଂସୀୟ । କାରଣ ଆଫଗାନିସ୍ତାନ ଆର୍ଥିକ ବିକାଶ ଏବଂ ପୁନଃନିର୍ମାଣରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଉଭୟ ଅଧିକାରୀ ଦେଶରେ ଶାନ୍ତି ଓ ସୁରକ୍ଷା ସଂପର୍କିତ ଆଲୋଚନା କରିଛନ୍ତି । ଏଥି ସହିତ ଆଫଗାନିସ୍ତାନରେ ଶାନ୍ତି ପ୍ରକ୍ରିୟା ପାଇଁ ଆଗାମୀ ଦିନରେ ଆହୁରି ଭଲ କାମ ହାତକୁ ନିଆଯିବ ବୋଲି ଆଲୋଚନା ହୋଇଛି ।

ଡୋଭାଲ କହିଛନ୍ତି, ଆଫଗାନିସ୍ତାରରେ ଶାନ୍ତି ପ୍ରତିଷ୍ଠ ଓ ସୁରକ୍ଷା ଦେବା ପାଇଁ ଭାରତର ସହଯୋଗା ଜାରି ରହିବ । ଭାରତ ଅନେକ ଗୁଡ଼ିଏ ନିର୍ମାଣ ପ୍ରକଳ୍ପକୁ ଲାଗୁ କରିଛି । ଏଥି ସହିତ ଆଫଗାନିସ୍ତାନରେ ଲୋକଙ୍କ ଆବଶ୍ୟକତା ଅନୁସାରେ ସାମୁହିକ ବିକାଶ ପାଇଁ କାମ କରୁଛି । ଭାରତ ଆବଶ୍ୟକତା ଅନୁଯାୟୀ ସହାୟତା ପ୍ରଦାନ କରି ଆସୁଛି । ପୁର୍ବରୁ ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ତାନରେ ବିକାଶ କାମ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିଲେ ।

 

By amfnews

Related Post