Fri. Mar 6th, 2026

ଆପ୍‌ ସହ ମେଣ୍ଟ କରିବାକୁ ମନା କଲେ କଂଗ୍ରେସ ମୁଖ୍ୟ ରାହୁଳ ଗାନ୍ଧୀ: ଅରବିନ୍ଦ କେଜ୍ରିଓ୍ଵାଲ୍‌

351 Views

ବିଶାଖାପଟନମ୍‌: କଂଗ୍ରେସର ଅଧ୍ୟକ୍ଷ ରାହୁଳ ଗାନ୍ଧୀ ମନା କରି ସାରିଥିବାରୁ ତାଙ୍କ ଦଳ ସହ ମେଣ୍ଟ କରାଯିବା ସଂକ୍ରାନ୍ତରେ କୌଣସି ଆଲୋଚନା ହୋଇ ନାହିଁ ବୋଲି ସୋମବାର ଦିନ କହିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଆମନ୍ତ୍ରଣ କ୍ରମେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ମେଗା ରାଲିରେ ଯୋଗଦେବାର ଦିନକ ପରେ ବିଶାଖାପଟନମ୍‌ ବିମାନ ବନ୍ଦର ଠାରେ ଆମ୍‌ ଆଦ୍‌ମି ପାର୍ଟିର ମୁଖ୍ୟ ବିବୃତି ଦେଇ ଏ କଥା କହିଛନ୍ତି। ସେ କହିଛନ୍ତି: ମେଣ୍ଟ ସଂକ୍ରାନ୍ତରେ କୌଣସି କଥା ନାହିଁ। ଆମେ ରାହୁଳ ଗାନ୍ଧୀଙ୍କ ସହ ଥରେ ବୈଠକ କରିଥିଲୁ ସେଥିରେ ସେ ଆପ୍‌ ସହ ମେଣ୍ଟ କରିବାକୁ ମନା କରି ଦେଇଥିଲେ।

ଆପ୍‌ କଂଗ୍ରେସକୁ କିଛି କହି ନାହିଁ ବୋଲି ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଶିଲା ଦୀକ୍ଷିତଙ୍କ ମନ୍ତବ୍ୟ ସଂକ୍ରାନ୍ତରେ କେଜ୍ରିଓ୍ଵାଲ୍‌ କହିଲେ: ଆମେ ଯଦି ରାହୁଳ ଗାନ୍ଧୀଙ୍କ ସହ କଥା ହୋଇ ଥାଆନ୍ତୁ ଅନ୍ୟ କାହା ସହ କଥାବାର୍ତ୍ତା କରିବା ଆବଶ୍ୟକ ହୁଅନ୍ତା ନାହିଁ।

By amfnews

Related Post