Fri. Nov 15th, 2024

ଆନ୍ଧ୍ର ମୁହାଁ ‘ପେଥାଇ’, ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

By amfnews Dec 17, 2018 #Featured
174 Views

ଭୁବନେଶ୍ୱର, ଡିସେମ୍ବର ୧୭ : ଆଜି ଅପରାହ୍ନରେ ଦକ୍ଷିଣ ଓଡିଶା ଛୁଇଁବ ‘ପେଥାଇ’ । ଆନ୍ଧ୍ରପ୍ରଦେଶର କାକ୍କିନାଡା ଓ ମଛଲିପଟ୍ଟନମର ମଧ୍ୟରେ ସ୍ଥଳଭାଗ ଛୁଇଁବ ଏହି ସାମୁଦ୍ରିକ ଝଡ । ତେବେ ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଂଟାପ୍ରତି  ୮୦ ରୁ ୯୦ କି.ମି ରହିବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିଝଡ ଘଂଟା ପ୍ରତି ୨୩ କିମି ବେଗରେ ଉତର ପଶ୍ଚିମ ଦିଗ ଦେଇ ଗତି କରୁଛି । ‘ପେଥାଇ’ ଚେନ୍ନାଇ ଠାରୁ ୨୬୦ କି.ମି ଏବଂ ଆନ୍ଧ୍ରପ୍ରଦେଶ ଠାରୁ ୨୮୦ କି.ମି ଓ କାକିନାଡା ଠାରୁ ୩୩ କି.ମି ଦୂରତାରେ ରହିଛି । ପାଗ ପ୍ରତିକୂଳ ଥିବାରୁ  ବାତ୍ୟା ଏତେ ଭୟଙ୍କର ରୂପ  ହେବ ନାହିଁ  ବୋଲି ଭୂବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ପେଥାଇ ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଆନ୍ଧ୍ରର ୩୫୦ଟି ଗାଁରୁ ଲୋକଙ୍କୁ  ସୁରକ୍ଷିତ ସ୍ଥାନକୁ  ସ୍ଥାନାନ୍ତରିତ କରାଯାଇଛି । ଓଡିଶାର ଗଜପତି, ରାୟଗଡା, ନବରଙ୍ଗପୁର, ମାଲକାନାଗିରି, କଳାହାଣ୍ଡି ଓ କୋରାପୁଟ ସମେତ ରାଜ୍ୟର ୧୬ଟି ଜିଲ୍ଲାରେ ସ୍ୱଳ୍ପ  ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି । ଏତଦ୍ ବ୍ୟତୀତ ଓଡିଶାର ୧୧ଟି ଜିଲ୍ଲାକୁ ଯଥା ୟେଲୋ ୱାର୍ଣ୍ଣି  ଦିଆଯାଇଥିବା ବେଳେ ୪ଟି ଜିଲ୍ଲା ଯଥା ଗଜପତି, ମାଲକାନାଗିରି, ରାୟଗଡା ଏବଂ କୋରାପୁଟ ରେ  ଅରେଞ୍ଜ  ୱାର୍ଣ୍ଣି   ଦିଆଯାଇଛି । ସରକାରଙ୍କ ଫକ୍ଷରୁ ହାଇଆର୍ଲଟ ଜାରି ରହିଛି । ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗୋପାଳପୁରରେ ୩ ନମ୍ବର ବିପଦ ସମଙ୍କତ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ‘ପେଥାଇ’ ସହ ମୁକାବିଲା ପାଇଁ ଗଜପତି ପ୍ରଶାସନ ପ୍ରସ୍ତୁତ ହୋଇ ଗଲାଣି । ୭ଟି ବ୍ଲକର ୧୪ ହଜାର ଲୋକଙ୍କୁ  ୨୦୭ଟି କେନ୍ଦ୍ରକୁ ସୁରକ୍ଷିତ ଭାବେ ସ୍ଥାନାସ୍ତରିତ କରାଯାଇଛି । ବର୍ଷା ପାଇଁ ସବୁଠୁ ଅଧିକ ଚିନ୍ତାରେ ଚାଷୀମାନେ ରହିଛନ୍ତି ।  ଖଳାରେ ଥିବା ଧାନ ଓ ଅମଳ ହୋଇନଥିବା ଧାନକୁ ନେଇ ସେମାନେ ଚିନ୍ତିତ ଚାଷୀ । ଧାନ ଓ ବିଭିନ୍ନ ଫସଲ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥବାରୁ ଏହାକୁ ସୁରକ୍ଷିତ ରଖିବା ପାଇଁ  ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡେପୁଟି ରିଲିଫ୍ କମିଶନର ।

By amfnews

Related Post