Sun. Mar 8th, 2026

ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଘରର ଝରକା ଓ ଦୁଆରପାଇଁ ୭୩ ଲକ୍ଷ ଟଙ୍କା ଖର୍ଚ୍ଚ

209 Views

ଅମରାବତୀ: :ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ନିଜର ବାସଭବନର ଆଧୁନିକୀକରଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାର ଅଭିଯୋଗ ଆଣିଛନ୍ତି ଟିଡିପି ନେତା। ସବୁଠାରୁ ମଜାଦାର କଥା ହେଲା ଯେ ଜଗନମୋହନ ରେଡ୍ଡି ନିଜ ଘରର ଝରକା ଓ ଦୁଆରପାଇଁ ୭୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ଏହାକୁ ଗତ ମାସରେ ରାଜ୍ୟ ସରକାର ଏହି ଖର୍ଚ୍ଚକୁ ଅନୁମୋଦନ କରିଥିଲେ।

Image result for lokesh naidu
ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ମାସିକ ମାତ୍ର ୧ଟଙ୍କା ଦରମା ନେଉଥିବା ବେଳେ ଏତେ ପରିମାଣର ଅର୍ଥ ଅଯଥା ଅପବ୍ୟୟ କରୁଥିବା ହେତୁ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ଲୋକେଶ ଜଗନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଲୋକଦେଖାଣିଆଭାବେ ମାସିକ ମାତ୍ର ୧ଟଙ୍କା ଦରମା ନେଉଛନ୍ତି କିନ୍ତୁ ବିଳାସପୂର୍ଣ୍ଣ ଘର ଓ ଅଫିସ ପାଇଁ ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହାଦ୍ବାରା ରାଜ୍ୟର ରାଜକୋଷ ପ୍ରଭାବିତ ହେଉଛି ବୋଲି ଲୋକେଶ ଅଭିଯୋଗ କରିଛନ୍ତି।

By amfnews

Related Post