Sat. Mar 7th, 2026

ଆନ୍ଦୋଳନକୁ ଓହ୍ଲାଇଲେ SNM ପ୍ଲାଣ୍ଟ କର୍ମଚାରୀ

278 Views

ବଣାଇ :  ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବରମୂଷା ନିକଟରେ ଥିବା SNM ପ୍ଲାଣ୍ଟର ଜଣେ କର୍ମଚାରୀଙ୍କୁ ମାଡ଼ ମରାଯିବା ଘଟଣା ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏହାର କର୍ମଚାରୀ। ଜନୈକ କର୍ମଚାରୀଙ୍କୁ ମାଡ଼ ମାରିଥିବା କମ୍ପାନୀର ଜେନେରାଲ ମ୍ୟାନେଜରଙ୍କ ବହିଷ୍କାର ସମେତ ୫ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନା ଚାଲୁ ରହିବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

ଦୀର୍ଘ ୨ ବର୍ଷ ହେବ କାଇ ନାମକ ଏକ ସଂସ୍ଥା ଏହି କମ୍ପାନୀ ଚଳାଇ ଆସୁଛି। ଗତ ୨୨ ତାରିଖରେ  ପ୍ଲାଣ୍ଟର ଜଣେ  କର୍ମଚାରୀଙ୍କୁ  ପ୍ଲାଣ୍ଟ ର GM  ମାଡ଼ ମାରିଥିବା ଘଟଣା ପ୍ରଘଟ ହୋଇଥିଲା। ଏହାକୁ ଦୃଢ ପ୍ରତିବାଦ ଜଣାଇ ସିପିଆଇଏମ୍‌ର ସଭ୍ୟମାନେ ଆଜି ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ କରିଛନ୍ତି। ଏଥିଯୋଗୁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ଜିଏମ୍‌ଙ୍କୁ ବହିଷ୍କାର ସହ ଅନ୍ୟ ଦାବି ପୂରଣ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାନ ଗଲେ ଆନ୍ଦୋଳନକୁ ଜୋରଦାର୍‌ କରାଯିବ ବୋଲି ସିପିଆଇଏମ୍ ତରଫରୁ କୁହାଯାଇଛି। ଘଟଣାସ୍ଥଳରେ ପୁଲିସ୍‌ ଅଧିକାରୀ ପହଞ୍ଚି ଆଲୋଚନା ଚଳାଇଥିଲେ ମଧ୍ୟ  କୌଣସି ସମାଧାନ ହୋଇପାରି ନ ଥିବା ଜଣାଯାଇଛି।

By amfnews

Related Post