Sun. Mar 8th, 2026

ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ଆହତ ପୁଲିସ୍‌ କର୍ମଚାରୀଙ୍କୁ ତ୍ରିରଙ୍ଗା ଧରି ଉଦ୍ଧାର କଲେ ମୁସ୍‌ଲିମ୍ ଯୁବକ

231 Views

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଏଭଳି କିଛି ଦୃଶ୍ୟ ଗୁଜରାଟର ଅହମଦାବାଦରେ ବି ଦେଖିବାକୁ ମିଳିଛି। ତେବେ ଏ ଦୃଶ୍ୟ ଅନ୍ୟସ୍ଥାନ ଗୁଡ଼ିକରେ ହୋଇଥିବା ହିଂସାଠାରୁ ଟିକେ ଅଲଗା ଥିଲା। ଏଠାରେ ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ଆହତ ଜଣେ ପୁଲିସ୍ କର୍ମଚାରୀଙ୍କୁ ସାତ ଜଣ ମୁସ୍‌ଲିମ୍ ଯୁବକ ଉଦ୍ଧାର କରିଥିଲେ। ଯଦିଓ ସେମାନେ ବି ଆନ୍ଦୋଳନରେ ସାମିଲ ଥିଲେ, କିନ୍ତୁ ଉକ୍ତ ପୁଲିସ୍ କର୍ମଚାରୀ ଜଣଙ୍କ ପଥରମାଡ଼ରେ ଆହତ ହୋଇଯିବା ପରେ ସେମାନଙ୍କର ମାନବିକତା ଜାଗ୍ରତ ହୋଇଯାଇଥିଲା। ସେମାନେ ସଙ୍ଗେ ସଙ୍ଗେ ତାଙ୍କୁ ଅନ୍ୟ ଆନ୍ଦୋଳନକାରୀଙ୍କ କବଳରୁ ଉଦ୍ଧାର କରିଥିଲେ।

NBT Hindi News

@NavbharatTimes

गुजरात के अहमदाबाद में खौफनाक मंजर, पुलिसकर्मियों पर प्रदर्शनकारियों ने बरसाए पत्थर, देखिए विडियो http://nbt.in/NagriktaKanoon2 

ଗୁଜରାଟର ଅହମଦାବାଦରେ ଶାହ-ଏ-ଆଲାମ ଅଞ୍ଚଳରେ ସିଏଏ ବିରୋଧରେ ଆନ୍ଦୋଳନ ଚାଲିଥିବା ବେଳେ ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ଡିସିପି, ଏସିପି, ଇନ୍‌ସପେକ୍ଟରଙ୍କ ସମେତ ୧୯ ଜଣ ପୁଲିସ କର୍ମୀ ଆହତ ହୋଇଥିଲେ। ଏହି ପୁଲିସ କର୍ମୀଙ୍କ ମଧ୍ୟରୁ ଜଣେ ଆନ୍ଦୋଳନକାରୀଙ୍କ ମଧ୍ୟରେ ଫସି ଯାଇଥିଲେ। ସେ ଆନ୍ଦୋଳନକାରୀଙ୍କ ଇଟା ଓ ପଥର ମାଡ଼ର ଶିକାର ହୋଇଥିଲେ। ତେବେ ଏହି ସମୟରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଆନ୍ଦୋଳନକାରୀଙ୍କ ମଧ୍ୟରୁ ୭ ଜଣ ମୁସ୍‌ଲିମ୍ ଯୁବକ ହାତରେ ତ୍ରିରଙ୍ଗା ପତାକା ଧରି ଆଗକୁ ଆସିଥିଲେ ଓ ତଳେ ପଡ଼ି ଯାଇଥିବା ଉକ୍ତ ପୁଲିସ୍ କର୍ମଚାରୀଙ୍କୁ ବଞ୍ଚାଇ ଦେଇଥିଲେ। ସୋଶାଲ୍‌ ମିଡିଆରେ ଏହାର ଭିଡିଓ ଭାଇରାଲ୍‌ ହେଉଛି। ଯେଉଁ ୭ ଜଣ ଯୁବକ ତାଙ୍କୁ ଆନ୍ଦୋଳନକାରୀଙ୍କ କବଳରୁ ଉଦ୍ଧାର କରିଥିଲେ ସେମାନଙ୍କୁ ସାଧାରଣରେ ଖୁବ ପ୍ରଶଂସା କରାଯାଉଛି।

ସୂଚନାଯୋଗ୍ୟ, ଗତକାଲି ସିଏଏକୁ ବିରୋଧ କରି ଗୁଜରାଟ ବନ୍ଦ ଡାକରା ଦିଆଯାଇଥିଲା। ଆଉ ଏହି ସମୟରେ ଶାହ-ଏ-ଆଲମ ଅଞ୍ଚଳରେ ଅଧିକ ହିଂସା ଦେଖିବାକୁ ମିଳିଥିଲା। ପୁଲିସ୍‌ ହିଂସା ଘଟଣାରେ ୩୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି।

By amfnews

Related Post