Fri. Mar 6th, 2026

ଆନ୍ତର୍ଜାତିକ ଚାପ ଯୋଗୁଁ ଅପହୃତ ଶିଖ୍‌ ଝିଅକୁ ଫେରାଇ ଆଠଜଣଙ୍କୁ ଗିରଫ କଲା ପାକିସ୍ତାନ

231 Views

ଇସ୍‌ଲାମାବାଦ୍‌ : ବିଶ୍ୱର ଚାରିଆଡୁ ଚାପ ପଡ଼ିବାରୁ ଇମ୍ରାନ୍‌ ଖାଁ ସରକାର ପାକିସ୍ତାନରୁ ଅପହୃତ ଶିଖ୍‌ ଝିଅକୁ ଶନିବାର ଦିନ ତା’ର ପିତାମାତାଙ୍କୁ ହସ୍ତାନ୍ତର କରିଛି। ପୀଡ଼ିତା ଜଗଜିତ୍‌ କୌରଙ୍କୁ ଅପହରଣ କରାଯାଇ ତାଙ୍କ ଧର୍ମ ପରିବର୍ତ୍ତନ କରାଇବା ପରେ ଲାହୋରର ନାନକନ ସାହିବ ଅଞ୍ଚଳରେ ଜଣେ ମୁସଲମାନ ବ୍ୟକ୍ତିଙ୍କ ସହ ବିବାହ କରାଇ ଦିଆଯାଇଥିଲା। ଏହି ମାମଲାରେ ପାକିସ୍ତାନ ପଞ୍ଜାବର ନାନକନ ସାହିବ ପୁଲିସ ବରର ବାପ ସମେତ ଆଠଜଣଙ୍କୁ ଗିରଫ କରିଛି।

ବିଶ୍ୱବ୍ୟାପୀ ଶିଖ୍‌ ସମ୍ପ୍ରଦାୟ ଏକତ୍ର ହୋଇ ଏହି ଉତ୍ପୀଡ଼ନ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ପୋକିସ୍ତାନ ସରକାର ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶନିବାର ଦିନ ଲାହୋର ଠାରେ ଆୟୋଜନ କରାଯାଉଥିବା ଆନ୍ତର୍ଜାତିକ ଶିଖ୍‌ ସମ୍ମିଳନୀ ବର୍ଜନ କରିବାକୁ ଅନେକ ଧମକ ଦେଇଥିଲେ। ଏହା ଫଳରେ ପାକିସ୍ତାନ ଏଫ୍‌ଏଏଫ୍‌ଟି ଗ୍ରେଲିଷ୍ଟ୍‍ ହୋଇ ଅନ୍ତର୍ଜାତୀୟ ସମୁଦାୟଙ୍କ ସମ୍ନାରେ ନକାରାତ୍ମକ ଆଲୋକପାତ କରିବାର ସମ୍ଭାବନା ଥିଲା। ପାକିସ୍ତାନର ଫେଡେରାଲ୍‌ ଇଣ୍ଟରିୟର୍‌ ମିନିଷ୍ଟର୍‌ ହସ୍ତକ୍ଷେପ କରିବାରୁ ଜଗଜିତ କୌର୍‌ଙ୍କୁ ତାଙ୍କ ପିତାମାତାଙ୍କୁ ଫେରାଇ ଦିଆଯାଇଛି।

By amfnews

Related Post