Sat. Mar 7th, 2026

ଆନ୍ତଃରାଜ୍ୟ ଚୋର ଦଳର ୨୩ ଗିରଫ ୩୧ ମୋଟରସାଇକେଲ, ୧ ଅଟୋ ସହ ୮ଟି ସୁନା ଚେନ ଜବତ

249 Views

ରାଉରକେଲା, ୨୦ ।୧୧ : ରାଉରକେଲା ପୋଲିସ ଜିଲ୍ଲା ଅଧିନସ୍ଥ ପାନପୋଷ ଉପଖଣ୍ଡ ପୋଲିସ ଏସଡିପିଓ ଦାୟିତ୍ୱରେ ଥିବା ଆଇପିଏସ ଅଧିକାରୀ ପଦ୍ମିନୀ ସାହୁଙ୍କ ନେତୃତ୍ୱରେ ସହରରେ ଥିବା ପ୍ଲାଣ୍ଟସାଇଟ୍ ଥାନା, ଉଦିତନଗର ଥାନା, ରଘୁନାଥପାଲୀ ଥାନା ଓ ଛେଣ୍ଡ ଥାନାଅଧିକାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଦଳ ବିଗତ ଦିନରେ ବିଭିନ୍ନ ଥାନା ଅଞ୍ଚଳରେ ଘଟିଯାଇଥିବା ଏକାଧିକ ବାଇକ୍ ଚୋରି ଏବଂ ଲୁଟ ଘଟଣାର ଅନୁସନ୍ଧାନ କରୁଥିବା ଜାରି ରଖିଥିଲେ । ଏହି ଅନୁସନ୍ଧାନ ବେଳେ ଆନ୍ତଃରାଜ୍ୟ ବାଇକ୍ ଚୋର ଦଳର ୨୩କୁ ଗିରଫ କରିବାରେ ସଫଳ ହୋଇଛି । ଏହି ଆନ୍ତଃରାଜ୍ୟ ବାଇକ୍ ଚୋର ଦଳ ଠାରୁ ୩୧ଟି ଚୋରା ମୋଟର ସାଇକେଲ, ଗୋଟିଏ ଅଟୋ ସହ ୮ଟି ସୁନା ଚେନ ଜବତ କରାଯାଇଛି ।

ସୂଚନା ଅନୁଯାୟୀ, ଏହି ପୁଲିସ୍ ଟିମ୍ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ରାକେଶ ସାଗର, ବେଦାପ ସିଂ, ଦୀପକ ସାହୁ, କରଣ ଗଡିଆ, ମାଗରେ ବିଜୟ ସାହୁ, ଓମପ୍ରକାଶ ଅଗ୍ରୱାଲ, ରାମବାବୁ ସୋନକର, ମୁକେଶ କୁମାର, ଗାଙ୍ଗୁ ତିର୍କୀ, ବିଜୟ ମାହାନ୍ତ, ଗୌତମ ସାହୁ, ରାକେଶ କିଷାନ, ବିଜୟ ଚନ୍ଦ୍ରା, ଶଙ୍କର ଏକ୍କା, ସମା ସିଂ, ଲକ୍ଷ୍ମଣ ସିଂ, ସହରାଇ ବୁଗରହ, କେଳୁ ସିଂ, ମହମ୍ମଦ ଟିଙ୍କୁ, ନାରାୟଣ ସିଂ, ମହମ୍ମଦ ନଦିମ ଏବଂ ନସିମ ପରଭେଜ ସମେତ ୨୩ ଜଣ ଚୋରଙ୍କୁ ଗିରଫ କରିଛି ।

ସେମାନଙ୍କ ନିକଟରେ ୩୧ଟି ଚୋରି ମୋଟର ସାଇକେଲ, ଗୋଟିଏ ଅଟୋ ରିକ୍ସା, ୮ଟି ସୁନା ଚେନ ଆଦି ଜବତ କରାଯାଇଛି । ଏନେଇ ବ୍ରାହ୍ମଣୀତରଙ୍ଗ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଜିଲ୍ଲା ପୋଲିସ ପକ୍ଷରୁ ଆଇପିଏସ ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି । ଏହି ଚୋର ଦଳ ରାଉରକେଲା ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳର ହୋଇଥିବା ଏକାଧିକ ଚୋରି, ଲୁଟ୍ ଘଟଣାରେ ସଂକ୍ତୃକ୍ତ ଥିବା ସହ ପଡୋଶୀ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର ଆଦି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଘଟିଥିବା ଅନେକ ଘଟଣାରେ ମଧ୍ୟ ସଂପୃକ୍ତ ଥିବା ସୂଚନା ଦେଇଛନ୍ତି ।

By amfnews

Related Post