Sat. Mar 7th, 2026

ଆଦର୍ଶ ଅର୍ବ୍ୟଧନ କକ୍ଷ ଉଦଘାଟନ କଲେ ଜିଲ୍ଲା ଆରକ୍ଷୀ ଅଧିକାରୀ…..

241 Views

କୋରାପୁଟ ଜିଲ୍ଲା ସୁନାବେଡା ପୋଲିସ ଥାନାରେ ନୂତନ ଆଦର୍ଶ ଅର୍ବ୍ୟଧନ କକ୍ଷ ଜିଲ୍ଲା ଆରକ୍ଷୀ ଅଧିଖରୀ ଡ଼ କନଭର ବିଶାଳ ସିଂ ଆଜି ଉଦଘାଟନ କରିଛନ୍ତି| ଏହି ଅବସରରେ ଆଇ.ପି.ଏସ ସାଗରିକ ନାଥ (ଏ.ଏସ.ପି) ଯୋଗଦେଇଥିଲେ|
ଏହି ଉଦଘାଟନ ସମୟରେ ସ୍ଥାନୀୟ ବାସିନ୍ଧାଙ୍କୁ ଅଞ୍ଚଳରେ ଶାନ୍ତି ସୁରକ୍ଷା ଉପରେ ବୁଝାଇଥଲେ| ଉପସ୍ଥିତ ସ୍ଥାନୀୟ କାଉନସିଲର, ବରିଷ୍ଠ ନାଗରିକ, ସମାଜ ସେବି ଏବଂ ବୁଦ୍ଧିଜୀବୀ ନିଜର ମତା ମତରେ ଟ୍ରଫିକ ସମସ୍ୟା, ବାହାରରଜ୍ୟରୁ ଆସୁଥିବା ବ୍ୟବସାଇଙ୍କୁ ଚିହ୍ନଟ କରିବା, ପେଟ୍ରୋଲିଙ୍ଗ ଉପରେ କଡା ନଜର, ସହରର ମୁଖ୍ୟ ଛକରେ ସି ସି ଟିଭି ଲଗାଇବା, ଗାଡି ଚଳାଇବା ବେଳେ ମୋବାଇଲ ଫୋନ ରେ କଥା ହେବା ମନା ଆଦି ଅଭିଜ୍ଗ ପରେ ଏସ.ପି. କହିଛନ୍ତି ଯେ, ରୋଡ଼ ରୋମିଓଙ୍କ ଉପରେ ନଜର ରଖିବା ହୋଟେଲ ମାନଙ୍କରେ ମଦ ବିକ୍ରି ବନ୍ଦ କରିବା, ଟ୍ରାଫିକ ସମସ୍ୟା ଉପରେ ପୌରପରିଷଦତରଫରୁ ସଚେତନା କରେଇବା ପାଇଁ ଉପସ୍ଥିତ କାଉନସିଲର ମାନଙ୍କୁ ସୂଚନା ଦେଇଥିଲେ |
ସୁନାବେଡା ଓ ସେମିଲିଗୁଡା ମିଳିତ ଅନୁକୂଲ୍ୟ ରେ ପେଟ୍ରୋଲଂ ଜାରି ରଖିବା ପାଇଁ ଜିଲ୍ଲା ଏସ .ପି ଆଦେଶ ଦେଇଛନ୍ତି |ଏଥିରେ ସୁନାବେଡା ଏସ .ଡି.ପି .ଓ  ନିରଞ୍ଜନ ବେହେରା ,ସୁନାବେଡା ଆଇ.ଆଇ .ସି ଶ୍ରୀମତୀ ମମତା ପାଣିଗ୍ରାହୀ ,ସେମିଲିଗୁଡା ଆଇ .ସି .ସି ସମ୍ବିତ ବେହେରା ସହ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ |

By amfnews

Related Post