Wed. Jan 8th, 2025

ଆତ୍ମନିର୍ଭର ଭାରତ ଏବେ ଏକ ମନ୍ତ୍ର ହୋଇଯାଇଛି: ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦୀ

By amfnews Aug 15, 2020 #Featured
182 Views

ନୂଆଦିଲ୍ଲୀ, ଅଗଷ୍ଟ ୧୫ (ଖବର ଓଡ଼ିଶା): ଭାରତର ସ୍ୱାଧୀନତା ଆନ୍ଦୋଳନ ବିଶ୍ୱକୁ ପ୍ରେରଣା ଯୋଗାଇଛି । ଭାରତ କେବେ ହାରିଯାଇ ନାହିଁ । ଭାରତର ଶକ୍ତିକୁ ବିଶ୍ୱ ପ୍ରଣାମ କରୁଛି । ସମୟର ତାଳ ଅନୁସାରେ ଭାରତ ବିକାଶ ଦିଗରେ କାମ କରୁଛି । କରୋନା ଭାରଇସ ମହାମାରୀ ସଂକଟ ମଧ୍ୟରେ ୧୩୦ କୋଟି ସଂକଳ୍ପ ନେଇଛନ୍ତି ।  ଆତ୍ମନିର୍ଭର ଭାରତର ସଂକଳ୍ପରେ ପରିବର୍ତ୍ତନ ଦେଖାଯାଇଛି । ଏହା ଦେଶବାସୀଙ୍କ ହୃଦୟରେ ବସିଛି । ଆତ୍ମନିର୍ଭର ଭାରତ ଏବେ ଏକ ମନ୍ତ୍ର ହୋଇଯାଇଛି । ଏଭଳି ଏକ ସଂକଟ ସମୟରେ ଭାରତ ଆତ୍ମନିର୍ଭର  ହୋଇପାରିଛି ।

ମୋଦୀ କହିଛନ୍ତି, ପରିବାରରେ ବରିଷ୍ଠମାନେ ଛୋଟ ପିଲାଙ୍କୁ ଆଜି କହୁଛନ୍ତି, ତୁମେମାନେ ୨୦ ବର୍ଷର ହୋଇଛି । ଆତ୍ମନିର୍ଭରଶୀଳ ହୁଅ । ଯାହା ପରିବାର ପାଇଁ ଆବଶ୍ୟକ ଅଛି, ତାହା ଦେଶ ପାଇଁ ମଧ୍ୟ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଦେଶର ପ୍ରତିଭାଙ୍କୁ ନେଇ ଗର୍ବ କରୁଛି । ଦେଶର ଯୁବପୀଢ଼ି, ମହିଳା ଓ ହିନ୍ଦୁସ୍ଥାନବାସୀଙ୍କୁ ନେଇ ଗର୍ବ କରୁଛି ।

୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ବୀର ଯବାନଙ୍କୁ ପ୍ରଣାମ ଜଣାଇବାର ଏହା ହେଉଛି ଅବସର । ଆମର ଅର୍ଦ୍ଧ ସୈନିକ ବଳ, ଯବାନ, ପୋଲିସଙ୍କ ମହାନ ତ୍ୟାଗ ଓ ତପସ୍ୟାକୁ ନତମସ୍ତକ ହେଉଛି । ସ୍ୱାଧୀନତା ସଂଗ୍ରାମୀଙ୍କ ସଂକଳ୍ପକୁ ପୂରା କରିବାକୁ ଯାଉଛୁ ।

କରୋନା ସଂକଟ କାଳରେ ସେବା ହେଉଛି ପରମ ଧର୍ମ । ନିଜର ଜୀବନ ପରିବାର ବିନା ବିତୁଛି । କୋରାନା ଯୋଦ୍ଧାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୋଭିଡ ଯୋଦ୍ଧାମାନେ ସଂପୂର୍ଣ୍ଣ ଭାବେ ନିଜ ଜୀବନକୁ ବାଜି ଲଗାଇ ଦେଶର ସେବା କରିଚାଲିଛନ୍ତି । ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ଆମ୍ବୁଲାନ୍ସ, ପୋଲିସ କର୍ମୀ, ସଫାଇ କର୍ମୀ, ପୋଲିସକର୍ମୀ, ସେବା କର୍ମୀ, ନିୟମିତ ଭାବେ କାମ କରୁଛନ୍ତି । କରୋନା ମୁକାବିଲା ଲାଗି ୧୩୦ କୋଟି ଜନତାଙ୍କୁ ସଂକଳ୍ପ ନେବାକୁ ହେବ । ଦେଶବାସୀଙ୍କ ସଂକଳ୍ପ ରହିଲେ ଆମେ କରୋନ ବିପକ୍ଷରେ ବିଜୟ ହାସଲ କରିପାରିବା । କରୋନା ସଂକଟ ଯୋଗୁଁ ଆଜି ଛୋଟ ଛୋଟ ପିଲାମାନେ ଆମ ଗହଣରେ ନାହାନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ପୂର୍ବ, ପଶ୍ଚିମ ଭାରତରେ ବନ୍ୟା ଦେଖାଯାଇଛି । କେଉଁଠି କେଉଁଠି ଭୂସ୍ଖଳନ ଦେଖାଯାଇଛି । ସଂକଟ ସମୟରେ ଦେଶ ଏକାଠି ହୋଇଛି । ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାର ବିକାଶ ମୂଳକ କାମ କରୁଛି । କରୋନା ମୁକାବିଲା ସମୟରେ ରାଜ୍ୟ ସରକାରମାନେ ସହଯୋଗ କରୁଛନ୍ତି । ସ୍ୱାଧୀନତା ଦିବସ ମନରେ ନୂତନ ଆଶା ଓ ଉତ୍ସାହ ଆଣିଥାଏ । ଆମେ ସ୍ୱାଧୀନତାର ୭୫ ବର୍ଷ ଯେତେବେଳେ ପୂରଣ କରିବା, ଆମର ସଂକଳ୍ପକୁ ଆହୁରି ଆଗକୁ ବଢ଼ାଇବା ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳୁ ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲାଲକିଲ୍ଲାରେ ସ୍ୱାଗତ ଜଣାଇଥିଲେ । ଏହାର ଅଳ୍ପ ସମୟ ପରେ ମୋଦୀ ଲାଲକିଲ୍ଲା ଦୁର୍ଗରୁ ତ୍ରିରଙ୍ଗା ଉଡ଼ାଇଥିଲେ । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ ୭ମ ଥର ତ୍ରିରଙ୍ଗା ଉଡ଼ାଇବା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।

By amfnews

Related Post