Sat. Mar 7th, 2026

ଆତଙ୍କ ଖେଳାଇଥିବା କଳରାପତରିଆ ବାଘକୁ ସୁରକ୍ଷିତ ଭାବେ ଚନ୍ଦକା ଜଙ୍ଗଲରେ ଛଡାଗଲା

259 Views

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ରାଜଧାନୀରେ ଆତଙ୍କ ଖେଳାଇଥିବା କଳରାପତରିଆ ବାଘକୁ ବିମାନବନ୍ଦରର କାର୍ଗୋ ଗେଟ୍‌ ପାଖରୁ ଗତ ମଙ୍ଗଳବାର ରାତିରେ ଧରାଯାଇଥିଲା। ଏହି କଲରାପତରିଆ ବାଘକୁ ବୁଧବାର ସକାଳେ ଚନ୍ଦକା ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଛି। ବାଘଟିକୁ ଧରିବା ପରେ ବନ ବିଭାଗ କର୍ମଚାରୀ ନନ୍ଦନକାନନ ନେଇ ସେଠାରେ ତାର ଚିକିତ୍ସା କରାଇଥିଲେ।

ସୂଚନାଯୋଗ୍ୟ, ଗତ ରବିବାର ଏୟାରପୋର୍ଟ ପାଚେରୀ ଡେଇଁ ଗୋଟିଏ କଲରାପତରିଆ ବାଘ ପଳାସପଲ୍ଲୀ ଅଞ୍ଚଳରେ ପଶି ଈ-୭/ବ ପ୍ଲଟ୍‌ ପରିସରରେ ଥିବା ଏକ ବେସରକାରୀ ଅଫିସ୍‌ ଦୁଆର ମୁହଁରେ ବସିଥିଲା। କିଛି ସମୟ ପରେ ବାଘଟି ଛାତ ଉପର ଦେଇ ପଳାଇ ଯାଇଥିଲା। ଏହି ଘରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ ପରେ ବାଘ ପଶିଥିବା ଘଟଣାର ସତ୍ୟତା ଜଣାପଡ଼ିଥିଲା। ଏହାପରଠାରୁ ବାଘକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଉଦ୍ୟମରେ ବନବିଭାଗ ଅସଫଳ ରହିଥିଲେ। ଦ୍ୱିତୀୟରେ ପର୍ଯ୍ୟାୟରେ ବନବିଭାଗ ୭ଟି ଯନ୍ତା ପକାଇଥିଲା ଓ ସେଥିରେ କୁକୁଡା ଓ ଛେଳି ମାଂସ ରଖିଥିଲା । କଳରାପତରିଆ ବାଘ କୁକୁଡା ମାଂସ ଖାଇବାକୁ ଯାଇ ଯନ୍ତାରେ ପଡିଯାଇଥିଲା ।

By amfnews

Related Post