331 Views
ଲାହୋର, ଜୁଲାଇ ୧୫ : ପାକିସ୍ତାନରେ ଆଗାମୀ ୨୫ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ସେଠାକାର ରାଜନେତା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଅନେକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଜୋର୍ ଦେଉଛନ୍ତି । ଚଳିତ ଥର ଆତଙ୍କୀ ସଙ୍ଗଠନ ଜମାତ-ଉଦ-ଦାବାର ପାର୍ଟି ମିଲ୍ଲୀ ମୁସଲିମ୍ ଲିଗ୍ ଆଲହା-ହୁ-ଆକବର ସହ ମେଂଟ କରି ନିର୍ବାଚନରେ ପ୍ରାର୍ଥୀଙ୍କୁ ଓହ୍ଲାଇଛି । ଏହା ମଧ୍ୟରେ ମେଂଟକୁ ଝଟକା ପ୍ରଦାନ କରିଛି ଫେସବୁକ୍ । ଫେସବୁକ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ହାଫିଜ ସଇଦର ଫେସବୁକ୍ ପେଜ୍ ଡିଲିଟ୍ କରିଦେଇଛି ।
ଫେସବୁକ୍ କେବଳ ଏମଏମଏଲର ନୁହେଁ ବରଂ ଦଳର ସମସ୍ତ ପ୍ରାର୍ଥୀଙ୍କ ଫେସବୁକ ପେଜକୁ ଡିଲିଟ୍ କରିଛି । କିନ୍ତୁ ଫେସବୁକ୍ ତରଫରୁ ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଯାଇ ନାହିଁ । ଦଳର ନେତା ଏହାକୁ ଅଭିବ୍ୟକ୍ତି ଅଧିକାରର ଉଲଙ୍ଘନ କହିବା ସହ ଅନ୍ୟାୟ ହୋଇଥିବା କହିଛନ୍ତି । ଏହି ଘଟଣାରେ ଏଣଏଲପିର ପ୍ରବକ୍ତା ତାବିଶ କାୟୁମ ଫେସବୁକ ନିଜ ନୀତିକୁ ଉଲଙ୍ଘନ କରିଥିବା କହିଛନ୍ତି ।
ସୂଚନାଯୋଗ୍ୟ କି, ଫେସବୁକ ପାକିସ୍ତାନରେ ଆଗାମୀ ୨୫ରେ ହେବାକୁ ଥିବା ନିର୍ବାଚନ ପାଇଁ ସୁରକ୍ଷା ବଢାଇ ଦେଇଛି । ଏଥି ନିମନ୍ତେ କମ୍ପାନୀ ତରଫରୁ ସୁରକ୍ଷା ସମ୍ବନ୍ଧୀୟ ଅନେକ ପଦକ୍ଷେପ ନିଆଯାଇଛି । ଫେସବୁକର ପ୍ରବାକ୍ତା ସରୀମ୍ ଅଜୀଜ୍ ଫେସବୁକର ଦୂରୁପଯୋଗ ରୋକିବା ପାଇଁ ଏପରି କରାଯାଇଥିବା କହିଛନ୍ତି ।