255 Views
ନୂଆଦିଲ୍ଲୀ, ଫେବୃଆରୀ ୨୧ : ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଗୋଟିଏ ସପ୍ତାହ ପରେ ଜୈଶ-ଏ-ମହମ୍ମଦର ମୁଖ୍ୟ ଆତଙ୍କୀ ମସୁଦ ଅଜହର ନୂଆ ଅଡିଓ ଜାରି କରିଛି । ଅଡିଓରେ ମସୁଦ ଅଜହର ପୁଲୱାମା ଆକ୍ରମଣରେ କୌଣସି ପ୍ରକାର ହାତ ଥିବାକୁ ମନା କରିଛି, ଏହା ସେ ଆତଙ୍କୀ ଆଦିଲକୁ ଜାଣିନଥିବା ମଧ୍ୟ ଅଡିଓରେ ଦାବି କରିଛି । ଏହା ସହ ଏହି ଅଡିଓରେ ପାକିସ୍ତାନ ସରକାର ଏବଂ ମିଡିଆରୁ ଡରୁଆ ବୋଲି କହିଛି । ଏହା ପୂର୍ବରୁ ଆକ୍ରମଣର କରିଥିବା ଜୈଶ-ଏ-ମହମ୍ମଦ କହିଥିଲା,କିନ୍ତୁ ଏବେ ସେ ଏଥିରୁ ଓହରୁଥିବା ଦେଖାଦେଉଛି ।
ଗୁରୁବାର ଜାରି ହୋଇଥିବା ଏହି ଅଡିଓରେ ମସୁଦ ଅଜହର କହିଛି ପୁଲୱାମା ଆକ୍ରମଣରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 2019ରେ କ୍ଷତି ହେବ । ଏହା ସହ ପାକିସ୍ତାନକୁ କୌଣସି ଯୁଦ୍ଧ ସ୍ଥିତିରେ ପକାଇବାକୁ ଚାହୁଁନି ବୋଲି ଅଜହର କହିଛି । ଅଡିଓରେ ଏହା ମଧ୍ୟ କୁହାଯାଇଛି ଯେ ଚୀନ ସବୁବେଳେ ପାକିସ୍ତାନର ସମର୍ଥନ କରିବ, ଏଥିପାଇଁ ଡରିବାର ଆବଶ୍ୟକତା ନାହିଁ ।
ପୁଲୱାମା ଆକ୍ରମଣ ପରେ ଦୁନିଆ ସାରା ନିନ୍ଦାର ଶିକାର ହୋଇଥିବା ପାକିସ୍ତାନ ସରକାରକୁ ମସୁଦ ଅଜହର ଡରୁଆ କହିଛି । ସେ କହିଛି ଯେ ଦେଶର ମିଡିଆ ଏବଂ ସରକାର ଡରରେ ଅଛନ୍ତି । ଏହି ଅଡିଓରେ ମସୁଦ ଅଜହର ଆଦିଲ ଅହମଦ ଡାରର ନା ମଧ୍ୟ ନେଇଛି । ସୂଚନାଯୋଗ୍ୟ ଯେ ଆଦିଲ ହିଁ ପୁଲୱାମା ଆକ୍ରମଣ କରିଥିଲା ।
ଅଡିଓରେ ମସୁଦ କହିଛି ଯେ, ଯେତେ ଗାଳି କରିବା କଥା ମୋତେ କର, କିନ୍ତୁ ଆଦିଲ ରସିଦ ବିରୋଧରେ କିଛି କୁହନ୍ତୁନି ।