Tue. Mar 10th, 2026

ଆତଙ୍କବାଦ ବିରୋଧରେ ଭାରତ-ଚାଇନା ମିଳିତ ସମରାଭ୍ୟାସ କରିବେ

193 Views

ନୂଆଦିଲ୍ଲୀ  : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବେ ଚାଇନା ଗସ୍ତରେ ଅଛନ୍ତି। ଏହି ସମୟରେ ପାକିସ୍ତାନକୁ ଦୃଢ଼ ଜବାବ ଦେଇଛନ୍ତି ଚାଇନା ରାଷ୍ଟ୍ରପତି ଜିଙ୍ଗପିଙ୍ଗ୍। ଶୁକ୍ରବାରଠୁ ଦୁଇ ଦିନିଆ ଭାରତ ଗସ୍ତରେ ଜିଙ୍ଗପିଙ୍ଗ୍ ଆସିବା ପୂର୍ବରୁ ଆତଙ୍କବାଦ ବିରୋଧରେ ଭାରତ-ଚାଇନା ମିଳିତ ସମରାଭ୍ୟାସ କରିବେ ବୋଲି ଜିଙ୍ଗପିଙ୍ଗ ଭାରତକୁ ଆଶ୍ୱସ୍ତି ଦେଇଛନ୍ତି। ଚଳିତ ବର୍ଷ ଡିସେମ୍ୱରରେ ଏହି ଆଣ୍ଟି-ଟେରର ସମରାଭ୍ୟାସ ହେବାକୁ ଯାଉଛି।

ଶୁକ୍ରବାରଠୁ ଚେନ୍ନାଇର ମହାବଳିପୁରମରେ ଦୁଇ ଦିନିଆ ଅର୍ଥନୀତିକ ସମ୍ମିଳନୀ ରହିଛି। ଏହି ଅବସରରେ ଯୋଗ ଦେବା ପାଇଁ ଜିଙ୍ଗପିଙ୍ଗ୍ ଭାରତ ଆସୁଛନ୍ତି। ଏହି ସମ୍ମିଳନୀରେ ସେମିତି କୌଣସି ଏଜେଣ୍ଡା ସ୍ଥିର ହୋଇନାହିଁ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ବିରୋଧରେ ଦୃଢ଼ ପଦକ୍ଷେପ ନେବା ପାଇଁ ଚାଇନା ରାଷ୍ଟ୍ରପତିଙ୍କ ଆଗରେ ସମସ୍ତ ପ୍ରକାର ଚାପ ପକାଇବେ ବୋଲି ଜଣାପଡ଼ିଛି।

ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବେ ଚାଇନା ଗସ୍ତରେ ରହିଛନ୍ତି। ଗତକାଲି ଇମ୍ରାନ୍ ଜିଙ୍ଗପିଙ୍ଗଙ୍କ ଆଗରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ହେଲେ ଚାଇନା ଏହି ପ୍ରସଙ୍ଗରେ ୟୁଟର୍ଣ୍ଣ ନେଇ କଶ୍ମୀରକୁ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ଇମ୍ରାନଙ୍କୁ କହିଥିଲେ। ଯାହାକି ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି। ଏବେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଏକୁଟିଆ ହୋଇଯାଇଛି।
ସୂଚନାଯୋଗ୍ୟ, କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନକୁ ଏହି ପ୍ରସଙ୍ଗରେ ଚାଇନା ଏକୁଟିଆ ସମର୍ଥନ କରିଆସୁଥିଲା। ଜାତିସଂଘରେ ପାକିସ୍ତାନ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ବିଫଳ ହୋଇଥିଲା। ହେଲେ ଏବେ ଭାରତ ସହିତ ସମ୍ପର୍କକୁ ମଜଭୁତ କରିବାକୁ ଯାଇ ଚାଇନା ଗୋଟି ଚଳାଇଥିବା ଦେଖିବାକୁ ମିଳିଛି।

By amfnews

Related Post