Mon. Feb 24th, 2025

ଆତଙ୍କବାଦ ବିରୁଦ୍ଧ ଲଢେଇରେ ଭାରତ ସହିତ ଆସିଲା ସାଉଦି, କହିଲା ସବୁ ପ୍ରକାର ସହଯୋଗ କରିବୁ

By amfnews Feb 20, 2019 #Featured
316 Views

ନୂଆଦିଲ୍ଲୀ, ଫେବୃଆରୀ୨୦ : ପୁଲଓ୍ଵାମାରେ ଆତଙ୍କୀ ହମଲାକୁ ନେଇ ସମଗ୍ର ଦୁନିଆର ମହତ୍ଵପୂର୍ଣ୍ଣ ଦେଶଙ୍କ ପକ୍ଷରୁ ଭାରତକୁ ସହଯୋଗ ଦେବାର ପ୍ରତିଶ୍ରୁତି ମଧ୍ୟରେ  ସାଉଦି ଆରବ ମଧ୍ୟ ଆତଙ୍କବାଦ ବିରୁଦ୍ଧ ଲଢେଇରେ ସମସ୍ତ  ପ୍ରକାର ସହଯୋଗ କରିବାକୁକ ପ୍ରତିଶ୍ରୁତି ଦେଇଛି। ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଆତଙ୍କବାଦ ପ୍ରସଙ୍ଗରେ କହିଛନ୍ତି ଯେ, ଆମେ ଭାରତ ସହିତ ସବୁ ପ୍ରକାର ସହଯୋଗ ପାଇଁ ପ୍ରସ୍ତୁତ ଅଛୁ। ଆମେ ଇଣ୍ଟେଲିଜେନ୍ସଠୁ ନେଇ ଅନ୍ୟ ସମସ୍ତ ଦିଗରେ ଆପଣଙ୍କୁ ସହାୟତା ଦେବାକୁ ପ୍ରସ୍ତୁତ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଲଓ୍ଵାମା ହମଲାର ଉଲ୍ଲେଖ କରି କହିଛନ୍ତି ଯେ, ଏହି ହମଲା ଦୁନିଆରେ ଛାଇ ରହିଥିବା ଆତଙ୍କୀର ଆଉ ଏକ ବର୍ବରକାଣ୍ଡ।

ଆତଙ୍କର ସମର୍ଥନ ଦେଉଥିବା ଦେଶ ଉପରେ ଚାପ ପକାଯାଉ

ପିଏମ ମୋଦୀ କହିଛନ୍ତି ଯେ, ଆମେ ଏହା ଉପରେ ସହମତ ଯେ, ଆତଙ୍କବାଦକୁ ସମର୍ଥନ ଦେଉଥିବା ଦେଶଗୁଡ଼ିକ ଉପରେ ଚାପ ପକାଇବା ଜରୁରୀ। ଆତଙ୍କବାଦୀଙ୍କ ବିରୋଧରେ ଏମିତି କାର୍ୟ୍ୟା ନୁଷ୍ଠାନ ନିଆଯାଉ ଯେମିତି  ଆତଙ୍କୀ  ଯୁବ ବର୍ଗଙ୍କୁ  ଭ୍ରମିତ କରି ପାରିବେ ନାହିଁ। ମୁଁ ଖୁସି ଯେ ସାଉଦି ଏବଂ ଆମ ମଧ୍ୟରେ ଚିନ୍ତାଧାରା ସମାନ। ଆତଙ୍କବାଦ, ସମୁଦ୍ରୀ ସୁରକ୍ଷା ଓ ସାଇବର ସୁରକ୍ଷା କ୍ଷେତ୍ରରେ  ଦୁଇ ଦେଶ ମଧ୍ୟରେ ସମ୍ବନ୍ଧ ଆହୁରି ମଜବୁତ  ହେବ।

୪୪ ବିଲିୟନ ଡଲାର ନିବେଶର ପ୍ରତିଶ୍ରୁତି

କ୍ରାଉନ ପ୍ରିନ୍ସ କହିଛନ୍ତି ଯେ, ଏହା ମୋର ପ୍ରଥମ ଭାରତ ଗସ୍ତ।  ମୁଁ ପୂର୍ବରୁ ଭାରତ ଆସିଛି, ମାତ୍ର ପ୍ରତିନିଧିମଣ୍ଡଳ ସହ ଏହା ପ୍ରଥମ ଗସ୍ତ। ଆମର ସଂପର୍କ ରକ୍ତରେ ପ୍ରବାହିତ ହେଉଛି ଏବଂ ଆହୁରି ମଜବୁତ ହୋଇଛି। ମହମ୍ମଦ ବିନ ସଲମାନ କହିଛନ୍ତି ଯେ, ସାଉଦି ଆରବକୁ ଆପଣ  ୨୦୧୬ରେ ଆସିଥିଲେ। ସେବେଠୁ ଆଜି ପର୍ଯ୍ୟନ୍ତ  ଅନେକ ସଫଳତା ହାସଲ ହୋଇଛି। ଆମେ ଭାରତ ସହିତ ୪୪ ବିଲିୟନ ଡଲାର ନିବେଶ ପାଇଁ ସହମତି ଜଣାଇଛୁ।  ଆମେ ଡାଇଭର୍ସିଫିକେସନ ଉପରେ କାମ କରୁଛୁ ଏବଂ ଭାରତ ସହିତ  ସହଯୋଗ କରିବାକୁ ଚାହୁଁଛୁ ବୋଲି ସଲମାନ କହିଛନ୍ତି। ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ପାକିସ୍ତାନ ଯାତ୍ରାରେ ସାଉଦି ପ୍ରିନ୍ସ ସେଠାରେ ୨୦ ଅରବ ଡଲାରର ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

By amfnews

Related Post