Sat. Mar 7th, 2026

ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ମକ୍‌ଡ୍ରିଲ୍

194 Views

ଭୁବନେଶ୍ୱର  :   ଆତଙ୍କବାଦୀଙ୍କ ହମଲାର କିପରି ମୁକାବିଲା କରିବେ। କେମିତି ଏହାକୁ ପ୍ରତିହତ କରିବେ ସୁରକ୍ଷା କର୍ମୀ। ଏନେଇ ଆଜି ସକାଳେ ରାଜଧାନୀର ଏକ ଶପିଂ ମଲ୍‌ରେ ମକ୍‌ଡ୍ରିଲ୍ ହୋଇଛି। ଟାସ୍କଫୋର୍ସ, ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ, ଏନ୍‌ଆରଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗର ବହୁ ଅଧିକାରୀ ଏହି ମକ୍‌ଡ୍ରିଲରେ ସାମିଲ ହୋଇଥିଲେ।

ପ୍ରଥମେ ମଲ୍ ବାହାରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ସୂଚନା ପାଇ ସଙ୍ଗେସଙ୍ଗେ ମଲ୍‌ରେ ପହଞ୍ଚିଥିଲା ଟାକ୍ସଫୋର୍ସ ସହ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ, ପୁଲିସ ସହ ଅନ୍ୟାନ୍ୟ ସୁରକ୍ଷାକର୍ମୀ।  ଏହାପରେ ଆରମ୍ଭ ହୋଇଥିଲା ମିଶନ। ସତର୍କତାର ସହ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ ମଲ୍ ଭିତରକୁ ପ୍ରବେଶ କରିଥିଲେ। ସେମାନେ ଦୁଇଜଣ ଆତଙ୍କବାଦୀଙ୍କୁ କାବୁ କରିଥିଲେ।  ପରେ ବୋମା ନିଷ୍କ୍ରୟ ଟିମ୍ ଆସି ଗୋଟିଏ ବୋମା ଥିବା ପେଟିକୁ ଜବତ କରି ତାହାକୁ ନିଷ୍କ୍ରୟ କରିଥିଲା।

ଖାଲି ସେତିକି ନୁହେଁ ମକ୍ ଡ୍ରିଲରେ ଆତଙ୍କବାଦୀ ଆକ୍ରମଣ ସମୟରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ କିଭଳି ଉଦ୍ଧାର କରାଯିବ ସେନେଇ ମଧ୍ୟ ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ୍ କରାଯାଇଥିଲା। ଡ୍ରୋନ୍ ସାହାଯ୍ୟରେ ପୂରା ଏରିଆକୁ ଛାନ୍‌ଭିନ୍ କରାଯାଇଥିଲା।  ବିଶେଷକରି  ଆତଙ୍କବାଦୀମାନେ ମଲ୍‌ଗୁଡିକୁ ଟାର୍ଗେଟ କରିବାର ଆଶଙ୍କା ରହିଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ଏନ୍‌ଆରଏଫ୍‌ ଓ ଫାୟର ଅଫିସର କହିଛନ୍ତି।

 

By amfnews

Related Post