Sun. Mar 8th, 2026

ଆଡିଲେଡ୍‌ ଦିନିକିଆ: ଟସ ଜିଣି ଅଷ୍ଟ୍ରେଲିଆର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି, ମହମ୍ମଦ ସୀରାଜ ଖେଳିଲେ ପଦାର୍ପଣ ଦିନିକିଆ

196 Views

ଆଡିଲେଡ୍‌, ଜାନୁଆରୀ ୧୫ : ଆଜି ଅଷ୍ଟ୍ରେଲ୍ରାର ଆଡିଲେଡ୍‌ ଠାରେ ଆରମ୍ଭ ହୋଇଚି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍‌ । ଟସ୍‌ ଜିଣି ଅଷ୍ଟ୍ରେଲିଆ ପୁଣି ଥରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ବିଶ୍ୱ କ୍ରିକେଟ୍‌ରେ ଦୁଇ ଲୋକପ୍ରିୟ ଦଳ ମଧ୍ୟରେ ଚାଲିଥିବା ଏହି ତିନି ଟିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଜିତି ଘରୋଇ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି। ସେଥିଲାଗି ଭାରତ ପାଇଁ ମଙ୍ଗଳବାର ମୁକାବିଲା କର ବା ମର ହୋଇଛ।ଶୃଙ୍ଖଳା ବଞ୍ଚାଇବା ଲାଗି ବିରାଟ ବାହିନୀ ପାଇଁ ଏଠାରେ ବିଜୟ ହାସଲ କରିବା ଏକାନ୍ତ ଅପରିହାର୍ଯ୍ୟ ହୋଇ ପଡ଼ିଛି।ଏଥିପାଇଁ ଭାରତୀୟ ଦଳ ତାର ବୋଲିଂ କ୍ରମରେ ଗୋଟିଏ ପରିବର୍ତ୍ତନ କରିଛି। ଦଳରେ ଖଲୀଲ ଅହମ୍ମଦଙ୍କ ସ୍ଥାନରେ ମହମ୍ମଦ ସୀରାଜଙ୍କୁ ସ୍ଥାନ ମିଳିଛି।
ଟେଷ୍ଟ୍‌ ଶୃଙ୍ଖଳାରେ ପରାଜିତ ହେବା ପରେ ସିଡ଼୍‍ନିରେ ଖେଳିଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଚିତ୍ତାକର୍ଷକ ବିଜୟ ହାସଲ କରିଥିଲା। ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଅଷ୍ଟ୍ରେଲିଆ ଭାରତ ଉପରେ ଚାପ ପକାଇ ଖେଳିବା ସହିତ ପଦାର୍ପଣକାରୀ ଜାସନ ବେହେରନ୍‌ଡ୍ରଫ୍‌ ଓ ଝେ ରିଚାର୍ଡସନଙ୍କ ଶାଣିତ ବୋଲିଂରେ ଭାରତର ତାରକା ଖଚିତ ବ୍ୟାଟିଂକ୍ରମ ପୂରା ଭୁଶୁଡ଼ି ପଡ଼ିଥିଳା।ଭାରତ ୪ ରନ୍‌ରେ ପ୍ରଥମ ୩ ଓ୍ଵିକେଟ୍‌ ହରାଇବା ପରେ ଏହି ଧକ୍କାରୁ ଆଉ ମୁକୁଳି ପାରି ନଥିଲାଓ ଶେଷରେ ପରାଜୟ ସ୍ୱୀକାର କରିଥିଲା।
ଆଡିଲେଡ୍‌ ପାଇଁ ଭାରତୀୟ ଦଳ ରୋହିତ ଶର୍ମା, ଶିଖର ଧାଓ୍ଵନ, ବିରାଟ କୋହଲି, ଅମ୍ବାତି ରାଇଡୁ, ମହେନ୍ଦ୍ର ସିଂହ ଧୋନୀ, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, କୁଲଦୀପ ଜାଦବ, ମହମ୍ମଦ ସୀରାଜ, ମହମ୍ମଦ ସାମୀ।

By amfnews

Related Post