Sun. Mar 8th, 2026

ଆଠ ହଜାର କବର ମଧ୍ୟରେ ଥିଲା ୨ବର୍ଷ ଶିଶୁର ମୃତଦେହ, ହଠାତ୍‌ ଆଖି ଖୋଲିଲା ତା’ପରେ…

217 Views

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ କହିବାକୁ ଯାଉଛି ଯାହକୁ ଶୁଣିଲେ ଆପଣଙ୍କ ଭୃକୁଞ୍ଚନ ସୃଷ୍ଟି ହୋଇଯିବ। ଆପଣ ଏହି ଘଟଣାକୁ ହୁଏତ ବିଶ୍ୱାସ ନକରି ପାରନ୍ତି କିନ୍ତୁ ଏପରି ବାସ୍ତବରେ ଘଟିଛି। ଇଟାଲିର ଛୋଟ କସବେ ସିସଲିର ରାଜଧାନୀ ପେଲରମୋରର ଏକ ସଂଗ୍ରାହଳରେ ପାଖାପାଖି ଆଠ ହଜାର କବର ମଧ୍ୟରେ ଏମିତି ଏକ କବର ଅଛି ତାହାକୁ ଦେଖି ଲୋକମାନେ ସ୍ତବ୍ଧ ହୋଇ ରହି ଯାଇଥିଲେ।

‘ସ୍ଲିପିଙ୍ଗ ବିୟୁଟି’ ନାମରେ ଚର୍ଚ୍ଚାରେ ଥିବା ଶିଶୁ ରୋଜାଲିୟା ଲୋବରଡୋର ୨ବର୍ଷର ହୋଇଥିବା ବେଳେ ଏକ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥିଲା। ଏହି ଘଟଣାରେ ଶିଶୁ ସହିତ ଆଠ ହଜାରଲୋକଙ୍କ ମୃତ୍ୟୁ ହୋଇଥିଲା। ସମସ୍ତଙ୍କ କବରକୁ ଏକାଠି ପେଲରମୋର ଏକ କାନଭେଣ୍ଟରେ ସଂରକ୍ଷିତ କରି ଦିଆଯାଇଛି। କିଛିଦିନ ତଳେ ଏହି କାନଭେଣ୍ଟରେ କିଛି ଲୋକ ପହଞ୍ଚିଥିଲେ ସେମାନେ ଶିଶୁ କବରକୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇ ରହି ଯାଇଥିଲେ।

ଲୋକମାନେ ଦେଖିବାକୁ ପାଇଥିଲେ କବରରେ ଥିବା ଶିଶୁର ଆଖି ପତା ହଲିବାକୁ ଲାଗିଛି। ଏହାପରେ ଏହି ଘଟଣା ନିଆଁ ପରି ଚାରିଆଡେ ବ୍ୟାପି ଯାଇଥିଲା। ଏହି ଶିଶୁକୁ ଦେଖିବା ପାଇଁ ଲୋକମାନଙ୍କ ଲମ୍ବା ଧାଡି ଲାଗିଥିଲା। ସଂଗ୍ରାହଳୟରେ ଥିବା ନୀରିକ୍ଷକଙ୍କ କହିବାନୁସାରେ, ଶିଶୁର ଆଖି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇନାହିଁ। ହୋଇପାରେ ଲୋକମାନେ ଏହାକୁ ଏକ ଅଦ୍ଭୁତ ଘଟଣାମାନି ଏହାକୁ ପ୍ରଚାର କରିବାରେ ଲାଗିଛନ୍ତି। ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଇଟାଲି ସରକାର ‘ସ୍ଲିପିଙ୍ଗ ବିୟୁଟି’ଙ୍କ ମୃତଦେହକୁ ଏକ କାଚର ବାକ୍ସ ଭିତରେ ସିଲ କରି ଦେଇଛନ୍ତି। ଏପରି କରିବା ପଛର ଉଦ୍ଦେଶ୍ୟ ହେଉଛି, ଏହି ଘଟଣା ସହିତ ଜଡ଼ିତ ଥିବା ରହସ୍ୟ ଓ କାରଣ ଆଗାମୀ ସମୟରେ ଜଣାପଡ଼ି ପାରିବ।

By amfnews

Related Post