Mon. Nov 25th, 2024

ଆଠଗଡ଼ରେ ହାତୀ ଆକ୍ରମଣରେ ଯୁବକ ମୃତ, ନୀଳଗିରିରେ ଘରେ ପଶି ଖାଇଗଲେ ଧାନ ଚାଉଳ

By amfnews Jun 15, 2019 #Featured
161 Views

କଟକ : କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ତିଗିରିଆ ରେଞ୍ଜରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଶୌଚ ହେବା ପାଇଁ ଯାଇଥିବାବେଳେ ଜଣେ ଯୁବକଙ୍କୁ ହାତୀ କଚାଡ଼ି ମାରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ନିକଟସ୍ଥ ହରିଡ଼ାପଶି ଗାଁର କାଳିଆ ବେହେରା । ଉତ୍ତ୍ୟେକ୍ତ ଲୋକ ରେଞ୍ଜର ସମେତ ବନ କର୍ମଚାରୀଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।

ଆଜି ଭୋରୁ କାଳିଆ ବେହେରା ଶୌଚ ହେବା ପାଇଁ ଯାଇଥିଲେ । ଏହି ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । କାଳିଆଙ୍କୁ ହାତୀଟି କଚାଡ଼ି ମାରି ଦେଇଥିଲା । ଏହା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାର ତଦାରଖ କରିବାକୁ ଆସିଥବା ରେଞ୍ଜର ଓ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି । ସେଠାରେ ଜଣେ ମହିଳା ପରେଷ୍ଟ ଗାର୍ଡଙ୍କୁ ନିୟୋଜିତ କରାଯାଇଛି । ରାତିରେ ମହିଳା ଗାର୍ଡ ଡ୍ୟୁଟି କରି ପାରୁ ନାହାଁନ୍ତି । ତେଣୁ ତାଙ୍କୁ ହଟାଇବାକୁ ଦାବି କରିଛନ୍ତି । ଏହା ସହିତ ମୃତ କାଳିଆଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଚି ରେଞ୍ଜର ଓ ବନ କର୍ମଚାରୀଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପକ୍ଷରେ ଲଗାତର ତିନି ଦିନ ହେବ ବାଲେଶ୍ୱର ନୀଳଗିରିରେ ଝାଡ଼ଖଣ୍ଡୀ ହାତୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । କାଲି ତିନୋଟି ଘର ଭାଙ୍ଗିବା ସହିତ ଆଜି ମଧ୍ୟ ଜଣଙ୍କ ଘରେ ପଶି ଧାନ ଚାଉଲ ଖାଇ ଦେଇଛନ୍ତି । ଗରଡ଼ି ପଞ୍ଚାୟତ ବାଙ୍କି ସାହି ଗାଁରେ ଜଣଙ୍କ ଘରେ ପଶିଛନ୍ତି । ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ତୁରନ୍ତ ହାତୀଙ୍କୁ ଘଉଡାଇବାକୁ ଦାବି କରିଛନ୍ତି ।

By amfnews

Related Post