Fri. Mar 6th, 2026

ଆଠଗଡ଼ରେ ବଜ୍ରକାପ୍ତା ଚୋରା ଚାଲାଣ କରୁଥିବା ରାକେଟ ଠାବ, ୬ ଗିରଫ

262 Views

ଖୁଣ୍ଟୁଣି: କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ ସବଡିଭିଜନର ଖୁଣ୍ଟୁଣି ରେଞ୍ଜରେ ବଜ୍ରକାପ୍ତା ଏବଂ ହାତୀ ଦାନ୍ତ ଚୋରା ଚାଲାଣ କରୁଥିବା ଏକ ରାକେଟକୁ ଠାବ କରାଯାଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଠଗଡ଼ ଫରେଷ୍ଟ ଡିଭିଜନର ଖୁଣ୍ଟୁଣି ରେଞ୍ଜରେ ଥିବା ସୁନିଆମୁହା ଜଙ୍ଗଲରୁ ବଜ୍ରକାପ୍ତା ଏବଂ ହାତୀ ଦାନ୍ତ ଚୋରା ଚାଲାଣ କରୁଥିବା ଏକ ରାକେଟର ୬ଜଣକୁ ଗିରଫ କରାଯାଇଛି।

ଏହି ରାକେଟ୍ ଆନ୍ତର୍ଜାତୀୟ ବଜାରରେ କୌଣସି ଜଣେ ଦଲାଲଙ୍କ ଜରିଆରେ କାରବାର କରୁଥିବା କୁହାଯାଉଛି। ଏମାନେ ଚୀନ ଓ ମିଆମାଁରରେ ଏହାକୁ ଚାଲାଣ କରୁଥିବା ଜଣାଯାଇଛି। ଏହାକୁ କୋଲକାତା ବାଟଦେଇ ନିଆଯାଉଥିବାର ବି ସୂଚନା ମିଳିଛି।

ଗିରଫ ହୋଇଥିବା ଛଅଜଣ  ଖୁଣ୍ଟୁଣି ଥାନା ଅଞ୍ଚଳର ସୁନିଆମୁହାର ଆକାଶ ବେହେରା, ଦାବୋରାର ସତିଆ ବେହେରା,ଗୁରୁଡିଝାଟିଆର ରାଜୁ ଦେହୁରୀ,ପ୍ରଶାନ୍ତ ସେଠୀ,ନୂଆପାଟଣାର ଧ୍ରୁବ ଚରଣ ସାହୁ ଏବଂ ନରାଜ ରତାଗଡ଼ର ବିଭୂତି ସାହୁ ବୋଲି ଜଣାଯାଇଛି। ସେମାନଙ୍କୁ ବନ ବିଭାଗ ପକ୍ଷରୁ ଅଧିକ ପଚରାଉଚରା କରାଯାଉଥିବା ଜଣାଯାଇଛି।

By amfnews

Related Post