Sun. Mar 8th, 2026

ଆଜି ୭୨ତମ ସ୍ୱାଧୀନତା ଦିବସ

Attari: BSF personnel celebrating Independence day at Attari-Wagah border on Saturday. PTI Photo (PTI8_15_2015_000128B)
350 Views

ନୂଆଦିଲ୍ଲୀ: ଆଜି ହେଉଛି ୭୨ତମ ସ୍ୱାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିବାଦନ ଜଣାଇବା ସହ ଶୁଭେଚ୍ଛା, ଶୁଭକାମନା ମଧ୍ୟ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି। ଏଥିପାଇଁ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଦେଶବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ‘ଦେଶରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି। ଆମ ଦେଶର ଝିଅମାନେ ସାତ ସମୁଦ୍ର ପାର୍‌ କରିଛନ୍ତି। ଭାରତର ଅର୍ଥନୀତି ବିଶ୍ୱର ୬ଷ୍ଠ ସ୍ଥାନରେ ଅଛି। ଖାଲି ଏତିକି ନୁହେଁ OBC କମିଶନ ସାମ୍ବିଧାନିକ ମାନ୍ୟତା ମିଳିଛି’।

ଦେଶର କୋଣ ଅନୁକୋଣରେ ସ୍ୱାଧୀନତା ଦିବସ ପାଳନ ହେଉଛି।

ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ଦିଲ୍ଲୀ ସମେତ ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୀମାରେ ମଧ୍ୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।  ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

By amfnews

Related Post