Sat. Mar 7th, 2026

ଆଜି ୫ ଜିଲ୍ଲାରେ ବର୍ଷିବ, ୨୫ରେ ସାରା ଓଡ଼ିଶାରେ

139 Views

ଭୁବନେଶ୍ୱର : ଆଜି ସମ୍ୱଲପୁର, ବରଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ହୋଇପାରେ। ହେଲେ ଅନ୍ୟ ସ୍ଥାନ ଗୁଡ଼ିକରେ ପାଗ ଶୁଖିଲା ରହିବ। ତେବେ ଆସନ୍ତାକାଲି ସାରା ରାଜ୍ୟରେ ବର୍ଷା ହୋଇପାରେ। ଭୁବନେଶ୍ୱର ସ୍ଥିତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଗୌରାଙ୍ଗ ଚରଣ ବେହେରା ଆଜି ଏହି ସୂଚନା ଦେଇଛନ୍ତି।  କହିଛନ୍ତି।

ସେ କହିଛନ୍ତି, “ ଆସନ୍ତାକାଲି ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହୋଇପାରେ। ଚାରୋଟି ଜିଲ୍ଲାରେ ଘଡ଼ଘଡ଼ି ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କଟକ, ଯାଜପୁର, ଭଦ୍ରକ ଓ ଖୋର୍ଦ୍ଧା। ”

ଶ୍ରୀ ବେହେରା ଆହୁରି କହିଛନ୍ତି, “୨୫ ତାରିଖରେ ସାରା ଓଡ଼ିଶାରେ ବର୍ଷା ହୋଇପାରେ। ତେବେ ପୁରୀ, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇପାରେ। ୨୬ ତାରିଖରେ କେବଳ ମୟୂରଭଞ୍ଜ ଓ କେନ୍ଦୁଝର ବର୍ଷା ହେବ। ୨୭ ତାରିଖ ପରଠୁ ପାଗରେ ପରିବର୍ତ୍ତନ ଆସିବ ଓ ଖରା କ୍ରମଶଃ ବୃଦ୍ଧି ପାଇବ। ”

By amfnews

Related Post