Tue. Dec 24th, 2024

ଆଜି ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଏସ୍‌.ମୁରଲୀଧରଙ୍କ ଶପଥପାଠ କାର୍ଯ୍ୟକ୍ରମ ଆରମ୍ଭ

By amfnews Jan 4, 2021 #Featured
165 Views

କଟକ, ଜାନୁଆରୀ ୦୪ : ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଏସ୍‌.ମୁରଲୀଧର ଆଜି ଶପଥ ଗ୍ରହଣ କରିବେ । ରାଜଭବନର ଅଭିଷେକ ହଲ୍‌ରେ ପୂର୍ବାହ୍ନ ସାଢ଼େ ନଅଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଜଷ୍ଟିସ୍ ମୁରଲୀଧର ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟବିଚାରପତି ଭାବେ ଶପଥ ନେବେ । କୋଭିଡ୍‌-୧୯ କଟକଣାକୁ ଦୃଷ୍ଟିରେ ରଖି କମ୍ ସଂଖ୍ୟକ ବିଚାରପତି, ବିଚାର ବିଭାଗୀୟ ଅଧିକାରୀ ଓ ପୁଲିସ ଅଧିକାରୀ ଶପଥପାଠରେ ଉପସ୍ଥିତ ରହିବେ । ଜଷ୍ଟିସ୍ ମୁରଲୀଧର୍‌ଙ୍କୁ ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ରାଷ୍ଟ୍ରପତି ଗତ ୩୧ ତାରିଖରେ ନିଯୁକ୍ତି ପ୍ରଦାନ କରିଥିଲେ ।

ସୂଚନା ଯେ, ରବିବାର ଅପରାହ୍ନ ପ୍ରାୟ ୧.୪୦ ସମୟରେ ଜଷ୍ଟିସ ମୁରଲୀଧର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ସ୍ୱତନ୍ତ୍ର କ୍ୟାରିକେଡରେ ରାଜ୍ୟ ଅତିଥି ଭବନକୁ ନିଆଯାଇଥିଲା । ସେଠାରେ ମୁଖ୍ୟବିଚାରପତିଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏହି ସମୟରେ ଗୃହ ସଚିବ ସଞ୍ଜୀବ ଚୋପ୍ରା, ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଏବଂ ହାଇକୋର୍ଟର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

By amfnews

Related Post