Sun. Mar 8th, 2026

ଆଜି ହାଇକୋର୍ଟରେ ଆଇନଜୀବୀଙ୍କୁ ପୋଲିସର ମାଡ଼ ଅଭିଯୋଗ ମାମଲାର ଶୁଣାଣି

207 Views

କଟକ, ନଭେମ୍ବର ୦୯: ଆଜି ହାଇକୋର୍ଟରେ ଆଇନଜୀବୀଙ୍କୁ ପୋଲିସର ମାଡ଼ ଅଭିଯୋଗ ମାମଲାର ଶୁଣାଣି ହେବ। ପୂର୍ବରୁ ଉଚ୍ଚ ନ୍ୟାୟାଳୟ ନଭେମ୍ବର ୯ ତାରିଖ ଅର୍ଥାତ୍ ଆଜି ସୁଦ୍ଧା ଏହି ମାମଲାର ତଦନ୍ତ ସାରିବାକୁ ତଦନ୍ତକାରୀ ଟିମକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଏହି ଶୁଣାଣିକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। ଅନ୍ୟପକ୍ଷେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆଇନଜୀବୀମାନେ ଆନ୍ଦୋଳନ ଜାରି ରଖିଛନ୍ତି।

ଆଜି ହାଇକୋର୍ଟରେ ଏହି ମାମଲାର ହେବାକୁ ଥିବା ଶୁଣାଣିକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ ହାଇକୋର୍ଟ ଘଟଣାର ତଦନ୍ତ କରି ତଦନ୍ତକାରୀ ଟିମ୍ ତଥା କ୍ରାଇମବ୍ରାଞ୍ଜ ଆଇଜି ଅରୁଣ ବ୍ରୋଥାଙ୍କୁ ନିର୍ଦ୍ଦେଶ ଦେଇଥିଲେ। । ହାଇକୋର୍ଟର ଅବସ୍ଥାପିତ ବିଚାରପତି ଚିତ୍ତରଞ୍ଜନ ଦାସ ଦୈନନ୍ଦିନ ଭିତ୍ତିରେ ଏହି ମାମଲାର ଅନୁଧ୍ୟାନ କରିବା ନେଇ ପ୍ରକାଶ କରିଥିଲେ। ସେ ଆଜି କୋର୍ଟରେ ଏହି ମାମଲାର ରିପୋର୍ଟ ଦାଖଲ କରିପାରନ୍ତି। ତେବେ ସେ ରିପୋର୍ଟରେ କାହାକୁ ଦାୟୀ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ରହିଛି। ଅନ୍ୟପକ୍ଷେ ଶୁକ୍ରବାର ଅପରାହ୍ନରେ ହାଇକୋର୍ଟ ବାର୍ ଆସୋସିଏସନର ବୈଠକ ଅନୁଷ୍ଠିତ ହେବ। ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଆଇନଜୀବୀମାନେ ସ୍ଥିର କରିବେ।  ସେହିପରି ପୋଲିସ ଓ ଓକିଲ ବିବାଦ ଘଟଣାରେ ନିଲମ୍ବନ ହୋଇଥିବା ପୋଲିସ କନେଷ୍ଟବଳ ଏବଂ ହୋମଗାର୍ଡ଼ ଉପରୁ ପୂର୍ବରୁ ଏହି ଆଦେଶକୁ ପ୍ରତ୍ୟାହାର କରାଯିବା ପରେ ଆଜି ଉଭୟ ହାଇକୋର୍ଟ ଓ ଆଇନଜୀବୀଙ୍କ ନିଷ୍ପତି ଗୁରୁତ୍ୱପୂର୍ଣ୍ଣ ରହିଛି।

By amfnews

Related Post