Mon. Jan 13th, 2025

ଆଜି ସ୍ୱାମୀ ବିବେକାନନ୍ଦଙ୍କ ୧୫୬ ତମ ଜୟନ୍ତୀ

By amfnews Jan 12, 2019 #Featured
204 Views

ନୂଆଦିଲ୍ଲୀ, ଜାନୁଆରୀ ୧୨ :  ଆଜି ସ୍ୱାମୀ ବିବେକାନନ୍ଦଙ୍କ ୧୫୬ତମ ଜୟନ୍ତୀ । ଏହି ଅବସରରେ ଜାତୀୟ ଯୁବ ସେବା ଓ କ୍ରୀଡା ବିଭାଗ ଦ୍ୱାରା ଆଜିର ଦିନକୁ ଜାତୀୟ ଯୁବ ଦିବସ ପାଳନ କରାଯାଉଛି । ଜାତୀୟ ଯୁବ ଦିବସ ଅବସରରେ ବିବେକାନନ୍ଦଙ୍କ ନୀତି ଅଦର୍ଶର ସ୍ମୃତି ଚାରଣ କରିବାକୁ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।

ଦେଶକୁ ଆଗକୁ ଆଗେଇ ନେବାରେ ଯୁବକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ  ଯୁବକମାନଙ୍କୁ ବିବେକାନନ୍ଦଙ୍କ ଆଦର୍ଶରେ ଆଗେଇ ନେବାର ଆବଶ୍ୟକତା ରହିଥିବାରୁ ଆଜି ଏହାକୁ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଇଥାଏ । ଏହି ଦିବସ ଅବସରରେ ଆଜି ରାଜଧାନୀରେ  କଳିଙ୍ଗ ଷ୍ଟାଡିୟମରୁ ପାୱାର ହାଉସ  ପଯ ପର‌୍ୟ୍ୟନ୍ତ ରାଲି ଅନୁଷ୍ଠିତ ହୋଇଛି । ଏଥିରେ କ୍ରୀଡା ହଷ୍ଟେଲର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ।

ଏହି ସ୍ଥାନରୁ ଜ୍ଞାନ ଆହରଣ କରିଥିଲେ ସ୍ୱାମୀ ବିବେକାନନ୍ଦ

ସ୍ୱାମୀ ବିବେକାନନ୍ଦଙ୍କ ଅଲମୋଡା ସହ ଗଭୀର ସମ୍ପର୍କ ରହିଛି । ଅଲମୋଡା ପୂର୍ବରୁ କାକଡିଘାଟରେ ଥିବା ଅଶ୍ୱସ୍ତ ବୃକ୍ଷ ତଳେ ବିବେକାନନ୍ଦ ଜ୍ଞାନ ପ୍ରାପ୍ତ କରିଥିଲେ । ଏଠାରେ ସ୍ୱାମୀ ବିବେକାନନ୍ଦ ଲାଲା ବଦ୍ରି ଶାହଙ୍କ ଘରେ ବହୁତ ଦିନ ରହିଥିଲେ ।

ସ୍ୱାମୀ ବିବେକାନନ୍ଦ ୧୮୯୦ ଅଗଷ୍ଟ ହିମାଳୟ ଯାତ୍ରା ସମୟରେ ସେ ଓ ସ୍ୱାମୀ ଅଖଣ୍ଡାନନ୍ଦ ନେନୀତାଲରୁ ଅଲମୋଡା ଖାଲି ପାଦରେ ଯାତ୍ରା କରିଥିଲେ । ଅଲମୋଡାରୁ କିଛି ବାଟ ଚାଲିବାପରେ ସ୍ୱାମୀ କରବଲା ମଶାଣୀ ନିକଟରେ ଭୋକ ଓ ଥକାପଣ ଯୋଗୁଁ ଅଚେତ ହୋଇପଡିଗଲେ । ନିକଟରେ ବାସ ରହୁଥିବା ଏକ ସନ୍ଥ ସ୍ୱାମୀଜୀଙ୍କୁ କାକୁଡି ଖୁଆଇଲେ ଯାହା ଦ୍ୱାରା ସ୍ୱାମୀଙ୍କ ଚେତା ଫେରିଲା ।

ସ୍ୱାମୀଜୀ ଯେତେବେଳେ ଆମେରିକାରୁ ଫେରିଲେ ଅଲମୋଡାରେ ତାଙ୍କର ଜୋରଦାର ସ୍ୱାଗତ କରାଯାଇଥିଲା । ଏହି ସମୟରେ ସ୍ୱାମୀଜୀ ସେହି ସନ୍ଥକୁ ଚିହ୍ନି ପାରିଥିଲେ ଯିଏ ତାଙ୍କ ଜୀବନ ରକ୍ଷା କରିଥିଲା । ସ୍ୱାମୀଜୀ ସେହି ସନ୍ଥକୁ ୨ ଟଙ୍କା ମଧ୍ୟ ଦେଇଥିଲେ । ଅଲମୋଡାରେ ବିବେକାନନ୍ଦ ଦୁଇ ଥର ଖଜାଂଚି ମହଲରେ ଏବଂ ଲାଲା ବଦ୍ରୀ ଶାହଙ୍କ ଘରେ କିଛି ଦିନ ରହିଥିଲେ । ଏହି ଘରକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ପର‌୍ୟ୍ୟଟକ ଆସିଥାନ୍ତି ।ପ୍ରତିବର୍ଷ କଲିକତା ଓ ଅନ୍ୟ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ସ୍ୱାମୀ ବିବେକାନନ୍ଦଙ୍କ ଅନୁଗାମୀ ଅଲମୋଡାର ଏହି ସ୍ଥାନକୁ ଦେଖିବାକୁ ଯାଆନ୍ତି ।

By amfnews

Related Post