ନୂଆଦିଲ୍ଲୀ, ଡିସେମ୍ବର ୨୫ : ପୂର୍ବତନ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିମନ୍ତେ ନିର୍ମିତ ସ୍ମୁତିପୀଠକୁ ମଙ୍ଗଳବାର ଦେଶ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି । ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ବାଜପେୟୀଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ସେହିପରି ସ୍ୱର୍ଗତ ବାଜପେୟୀଙ୍କ ଉଦେ୍ଧଶ୍ୟରେ ନିର୍ମିତ ‘ସଦୈବ ଅଟଳ ସ୍ମାରକ’ ସ୍ଥଳରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସମାରୋହରେ ପଂକଜ ଉଦାସା ଭଜନ ପରିବେଷଣ କରିଛନ୍ତି । ଅଟଳ ବିହାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଝିଅ ନମିତା ଭଟ୍ଟାଚାର୍ଯ୍ୟ ପହଂଚିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଓ କ୍ୟାବିନେଟ ମନ୍ତ୍ରୀମାନେ ପହଂଚିଛନ୍ତି । ‘ଅଟଳ ସ୍ମୁତି ନ୍ୟାସ ସୋସାଇଟି’ ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ଅତିଥିମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଜାତୀୟ ରାଜଧାନୀ ନୂଆଦିଲ୍ଲୀର ରାଜଘାଟ ନିକଟରେ ଏଥିପାଇଁ ପ୍ରାର୍ଥନା ସଭା ଅନୁଷ୍ଠିତ ହେଉଛି । ସୋସାଇଟି ଅଟଳଙ୍କ ସ୍ମୁତିରେ ‘ସଦୈବ ଅଟଳ’ ନିର୍ମାଣ କରିଛି ।