Sat. Mar 7th, 2026

ଆଜି ଶେଷ ହେବ ଅଭିଜିତଙ୍କ ୨ ଦିନିଆ ରିମାଣ୍ଡ ଅବଧି

212 Views

ପୁରୀ, ଅକ୍ଟୋବର ୨୮: ଓଡିଶା ସଂସ୍କୃତି ଓ ଐତିହ୍ୟ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଅଭିଜିତ ଆୟାର ମିତ୍ରଙ୍କର ଦୁଇଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହେଉଛି । ଗତ ଶୁକ୍ରବାର ଦିନ ୨ଟାରୁ କୋଣାର୍କ ପୋଲିସ ଅଭିଜିତଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇଥିବାବେଳେ ଆଜି ପୂର୍ବାହ୍ଣରେ ଏହି ଅବଧି ଶେଷ ହେଉଛି। ତେଣୁ ଆଜି ପୂର୍ବାହ୍ଣରେ କୋଣାର୍କ ପୋଲିସ ଅଭିଜିତଙ୍କୁ କୋଣାର୍କ ଜେଏମଏଫସି କୋର୍ଟରେ ହାଜର କରିପାରେ ବୋଲି ସମ୍ଭାବନା ରହିଛି ।

ଅନ୍ୟପକ୍ଷେ କୋଣାର୍କ ପୋଲିସ ଅଭିଜିତଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିବା ଜଣାପଡିଛି। ପୋଲିସ ଅଭିଜିତଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ନେଇ କୁହାଯାଉଛି। ସୂଚନାଯୋଗ୍ୟ, ଗତ ୨୫ ତାରିଖରେ କୋଣାର୍କ ଜେଏମଏଫସି କୋର୍ଟ ଅଭିଜିତଙ୍କ ଜାମିନ ଆବେଦନକୁ ଆଗ୍ରାହ୍ୟ କରିବା ପରେ ତାଙ୍କୁ ନିମାପଡା ଜେଲକୁ ପଠାଇ ଦିଆଯାଇଥିଲା । ତେବେ ଚାରିଦିନିଆ ରିମାଣ୍ଡରେ ନେବାକୁ କୋଣାର୍କ ପୋଲିସ ଆବେଦନ କରିଥିବାବେଳେ ଅଭିଜିତଙ୍କୁ ଦୁଇଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ କୋର୍ଟ।

By amfnews

Related Post