Sun. Mar 8th, 2026

ଆଜି ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରି ପାରେ ବିଜେପି

290 Views

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଲାଗି ପ୍ରାର୍ଥୀମାନଙ୍କର ସଂକ୍ଷିପ୍ତ ତାଲିକା ପ୍ରସ୍ତୁତି କରିବା ନିମନ୍ତେ ଶନିବାର ବିଳମ୍ବିତ ରାତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ଅଧ୍ୟକ୍ଷ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ସୁଷମା ସ୍ୱରାଜ, ରାଜନାଥ ସିଂହ, ଅରୁଣ ଜେଟ୍‌ଲୀ ଏବଂ କିରେନ୍‌ ରିଜିଜୁ ପ୍ରଭୃତି ନେତୃବୃନ୍ଦ ଏହି ବୈଠକରେ ଯୋଗ ଦେଇଥିଲେ।

ଦିଲ୍ଲୀସ୍ଥିତ ଦଳର ମୁଖ୍ୟାଳୟରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର ରାତି ୨ଟାରେ ଅନୁଷ୍ଠିତ ହୋଇଥିଲା। ୧୧ଟି ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀ ପାଇଁ ଉପଯୁକ୍ତ ପ୍ରାର୍ଥୀମାନଙ୍କ ସଂକ୍ରାନ୍ତରେ ବିଚାର ଆଲୋଚନା କରାଯାଇଥିଲା।

ଏହି ୧୧ଟି ରାଜ୍ୟରେ ଯେଉଁ ସ୍ଥାନଗୁଡ଼ିକରେ ବିଜେପିର ସବଳ ନୁହେଁ ସେଗୁଡ଼ିକୁ ଖାଲି ରଖାଯାଇଛି। ସେ ସ୍ଥାନଗୁଡ଼ିକରେ ବିଜେପିକୁ ସମର୍ଥନ କରୁଥିବା ଆଞ୍ଚଳିକ ଦଳ କିଂବା କୌଣସି ବଡ଼ ଦଳର ନେତାଙ୍କୁ ଛିଡ଼ା କରାଯିବ।

ଆଗାମୀ ସାତ ପର୍ଯ୍ୟାୟ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, ଜମ୍ମୁ ଓ କଶ୍ମୀର, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଆୟୋଜନ କରାଯାଉଛି। ଏପ୍ରିଲ୍‌ ୧୧ ତାରିଖରେ ଦିନ ଏହି ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଗ୍ରହଣ କରାଯିବ।

By amfnews

Related Post